ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ମାତ୍ର ୪ ଦିନ ମଧ୍ୟରେ ୧୨୯୩ଟି ବିଭିନ୍ନ ମାମଲାର ଫଏସଲା କରିଛନ୍ତି । ଏହା ସହିତ ୧୦୬ଟି ନିୟମିତ ମାମଲାର ମଧ୍ୟ ଫଏସଲା କରିଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନ ବିଚାରପତି ମୋଟ ୪୪୦ଟି ଟ୍ରାନ୍ସଫର ପିଟିସନ୍ ଫଏସଲା କରିଛନ୍ତି। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜେଆଇ ଆଜି ଏହା କହିଛନ୍ତି। ସିଜେଆଇ ମାମଲାର ତ୍ବରିତ ବିଚାରଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବେ ନିକଟରେ ଶପଥ ନେଇଥିବା ସିଜେଆଇଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନ। ନଭେମ୍ବର ୮ରେ ସେ କାର୍ଯ୍ୟରୁ ଅବସର ନେବେ।
୪ ଦିନରେ ୧୨୯୩ ମାମଲା ଫଏସଲା କରିଛନ୍ତି ସିଜେଆଇ
/sambad/media/post_attachments/wp-content/uploads/2022/09/uu-lalit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)