ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ମାମଲାର ରାୟ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ଶନିବାର ପୂର୍ବାହ୍ନ ୧୦: ୩୦ ସମୟରେ ସୁପ୍ରିମ୍‌ କୋର୍ଟର ୧ ନମ୍ବର କୋର୍ଟରେ ରାମ ଜନ୍ମଭୂମୀ- ବାବ୍ରି ମସ୍‌ଜିଦ୍‌ ଜମି ବିବାଦର ରାୟ ଶୁଣାଣି ଆରମ୍ଭ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପାଠ କରି ସେ କହିଲେ ଏ ରାୟ ସର୍ବସମ୍ମତ।

ସେ କହିଲେ, ଆଇନ ରାଜନୀତି, ଧର୍ମ ଓ ବିଶ୍ୱାସରୁ ପୃଥକ୍‌ ହୋଇ ଊର୍ଦ୍ଧ୍ୱରେ ରହିବ। ସମସ୍ତ ଧର୍ମବିଶ୍ୱସକୁ ନିରାପତ୍ତା ଦେବା ନିମନ୍ତେ ରାଷ୍ଟ୍ର ଦେଇଥିବା ପ୍ରତିଶ୍ରୁତିକୁ ଧର୍ମ ନିରପେକ୍ଷ ଅନୁଷ୍ଠାନ ହିସାବରେ ଅଦାଲତ ସମସ୍ତ ବିଶ୍ୱାସ ଏବଂ ଧର୍ମ ଏବଂ ଉପାସନା ସ୍ଥଳ ଆଇନକୁ ବଜାୟ ରଖିବ।

Image Source: Zee News

ଏହି ଜମି ମାଲିକାନା ଲାଗି ନିର୍ମୋହି ଆକାହାରା ଉଠାଇ ଥିବା ଦାବିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି।

ଏହି ମାମଲାରେ ପ୍ରଧାନ ବିଚାରପତି ଅଧଘଣ୍ଟାଏ ଯାଏଁ ଶୁଣାଣି କରିବେ। ଆଜି ୭୦ ବର୍ଷର ପୁରାତନ ରାମ ଜନ୍ମଭୂମି ଓ ବାବ୍ରି ମସ୍‌ଜିଦ୍‌ ଜମି ମାଲିକାନା ବିବାଦ ମାମଲାର ରାୟ ଶୁଣାଣି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର