ଅସ୍ଥାୟୀ ସିବିଆଇ ମୁଖ୍ୟ ନିଯୁକ୍ତିକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ ଶୁଣାଣିରୁ ଓହରି ଗଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସିବିଆଇର କାମଚଳା ମୁଖ୍ୟ ଭାବେ ଏମ୍‌ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ର ଶୁଣାଣିରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ନିଜକୁ ଦୂରେଇ ଦେଇଛନ୍ତି।

ସେ କହିଛନ୍ତି ଯେ ଉକ୍ତ ପିଟିସନ୍‌ର ଶୁଣାଣି ଜଷ୍ଟିସ୍‌ ଏକେ ସିକ୍‌ରିଙ୍କ ଅଧ୍ୟକ୍ଷତାରେ ୨ ନମ୍ବର କୋର୍ଟରେ ଶୁଣାଣି କରାଯିବା ଉଚିତ।

ସଂକ୍ଷିପ୍ତ-ତାଲିକା ପ୍ରସ୍ତୁତି, ଚୟନ ଓ ସିବିଆଇ ନିର୍ଦେଶକ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ସଂକ୍ରାନ୍ତରେ ପଚାରି ପ୍ରଧାନ ବିଚାରପତି କହିଲେ ସେ ଏଜେନ୍‌ସିର ମୁଖ୍ୟ ଚୟନ କରିବାକୁ ସେ ସିଲେକ୍‌ସନ୍‌ ପାନେଲ୍‌ର ବୈଠକରେ ଅଂଶ ଗ୍ରହଣ କରିବେ।

ଅନ୍ୟ ଏକ ଖଣ୍ଡପୀଠରେ ଜାନୁଆରି ୨୪ ତାରିଖ ଦିନ ପିଟିସନ୍‌ର ଶୁଣାଣି କରାଯିବ।

ପୂର୍ବରୁ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ, ତତ୍‌କାଳୀନ ସିବିଆଇ ମୁଖ୍ୟଙ୍କୁ ସରକାର ଛୁଟିରେ ପଠାଇଥିବା ଆଦେଶକୁ ଖାରଜ କରି ତାଙ୍କୁ ପୁଣି ଏଜେନ୍‌ସିର ମୁଖ୍ୟ ଭାବେ ଅବସ୍ଥାପିତ କରିଥିଲେ। ଏ ସଂକ୍ରାନ୍ତ ସମସ୍ତ ବିଷୟ ବୁଝିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସିଲେକ୍‌ସନ୍‌ ପ୍ୟାନେଲ୍‌ଙ୍କୁ ସୁପ୍ରିମ୍‌ କୋର୍ଟ କହିଥିଲେ।

କମନ୍‌ କଜ୍‌ ନାମକ ଏନ୍‌ଜିଓ ଏବଂ ସାମାଜିକକର୍ମୀ ଅଞ୍ଜଳି ଭରଦ୍ୱାଜ ଏହି ପିଟିସନ୍‌ ଦାଏର କରିଛନ୍ତି।

ସମ୍ବନ୍ଧିତ ଖବର