୨.୫କୋଟି ଟଙ୍କାର ଠକାମିର ଶିକାର ହେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବବଡେଙ୍କ ମା’

ନାଗପୁର: ଠକାମିର ଶିକାର ହେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବବଡେଙ୍କ ମା’ ମୁକ୍ତା ବବଡେ | ତାଙ୍କ ସମ୍ପତ୍ତିର ଦେଖାଶୁଣା କରୁଥିବା ଜଣେ ବ୍ୟକ୍ତି ୨.୫କୋଟି ଟଙ୍କା ଠକି ନେଇଥିବା କହିଛି ପୁଲିସ | ତେବେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ମଙ୍ଗଳବାର ଗିରଫ କରିବାରେ ସଫଳ ହୋଇଛି | ଅଭିଯୁକ୍ତର ନାଁ ତାପସ ଘୋଷ (୪୯) ବୋଲି ଜଣାପଡ଼ିଛି | ନାଗପୁର ପୁଲିସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଡିସିପି ବିନିତା ସାହୁଙ୍କ ତତ୍ୱାବଧାନରେ ଏହି ଘଟଣାର ତଦନ୍ତ କରୁଛି।

The key message from Ayodhya verdict is that the dispute is now over: Sharad Arvind Bobde, CJI Designate - The Economic Times
The Economic Times

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ନିଜ ଘର ପାଖରେ ବବଡେଙ୍କ ପରିବାରର ‘ସିଡନ୍ ଲନ୍’ ନାମକ ଏକ ଜାଗା କିଣିଥିବା ବେଳେ ଏହାକୁ ବଡ ବଡ କାର୍ଯ୍ୟକ୍ରମ ପାଇଁ ଭଡ଼ାରେ ଦେଉଥିଲେ | ‘ସିଡନ୍ ଲନ୍’ଟି ପ୍ରଧାନ ବିଚାରପତିଙ୍କ ମା’ ମୁକ୍ତା ବବଡେଙ୍କ ନାଁରେ ଥିବା ବେଳେ ଏହାର ଦେଖାଶୁଣା ଦାୟିତ୍ୱ ସେ ତାପସ ଘୋଷଙ୍କୁ ଦେଇଥିଲେ | ଦୀର୍ଘ ୧୦ବର୍ଷ ହେଲାଣି ତାପସ ‘ସିଡନ୍ ଲନ୍’ର ଦେଖାଶୁଣା କରୁଥିଲେ ଏବଂ ଆୟବ୍ୟୟ ଉପରେ ନଜର ରଖୁଥିଲେ | ପ୍ରଥମେ ସେ ସବୁ ଠିକ ଭାବରେ କରୁଥିବା ବେଳେ ମୁକ୍ତା ବବଡେଙ୍କ ବଢୁଥିବା ବୟସର ଲାଭ ଉଠାଇ ସେ ଟଙ୍କା ହେରଫେର କରିବା ଆରମ୍ଭ କରିଥିଲେ | ଏଭଳି କରି ସେ ୨.୫କୋଟି ତାଙ୍କ ଠକି ନେଇଥିବା ଜଣାପଡ଼ିଛି | ଏ ନେଇ ମଙ୍ଗଳବାର ଏତଲା ଦିଆଯିବ ପରେ ପୁଲିସ ତାପସଙ୍କୁ ଗିରଫ କରିଛି |

ସମ୍ବନ୍ଧିତ ଖବର