ପଞ୍ଚତାରକା ହୋଟେଲ୍‌ରେ ୪ ବିଚାରପତିଙ୍କୁ ରାତ୍ରିଭୋଜନ ଦେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଐତିହାସିକ ଅଯୋଧ୍ୟା ରାୟର ଦୀର୍ଘ ଶୁଣାଣି ପରେ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇ ଅଯୋଧ୍ୟା ରାୟ ପାଇଁ ଗଠିତ ସମ୍ବିଧାନ ଖଣ୍ଡପୀଠରେ ତାଙ୍କ ସହ ଥିବା ଆଉ ୪ ଜଣ ବିଚାରପତିଙ୍କୁ ରାତ୍ର ଭୋଜନରେ ଆପ୍ୟାୟିତ କରିଛନ୍ତି। ପରବର୍ତ୍ତୀ ମୁଖ୍ୟ ବିଚାରପତି ଏସ୍‌. ଏ. ବୋବ୍‌ଡେ, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍‌ ଏସ୍‌.ଏ. ନଜିର୍‌ ଏହି ଖଣ୍ଡପୀଠରେ ଗୋଗଇଙ୍କ ସହଯୋଗୀ ଥିଲେ। ଶନିବାର ରାଜଧାନୀ ଦିଲ୍ଲୀର ତାଜ୍‌ ମାନସିଂ ହୋଟେଲ୍‌ରେ ଗୋଗଇ ତାଙ୍କ ସହ ସମ୍ବିଧାନ ପୀଠରେ ଥିବା ଅନ୍ୟ ୪ ବିଚାରପତିଙ୍କୁ ରାତ୍ର ଭୋଜନ ଦେଇଥିବା ସୂଚନା ରହିଛି। ଚଳିତବର୍ଷ ଅଗଷ୍ଟ ୬ ତାରିଖରେ ଅଯୋଧ୍ୟା ବିବାଦକୁ ନେଇ ଶୁଣାଣି ଆରମ୍ଭ ହେବା ପରଠାରୁ କାମ ଚାପରେ ରହିଥିବା ଏହି ୫ ବିଚାରପତିଙ୍କୁ ସାମାନ୍ୟ ବିରତି ଦେବା ଉଦ୍ଦେଶ୍ୟରେ ଗୋଗଇ ଏପରି ଯୋଜନା କରିଥିଲେ। ଦୀର୍ଘ ୪୦ ଦିନ ଧରି ଅଦାଲତରେ ଅଯୋଧ୍ୟା ବିବାଦର ଶୁଣାଣି ହେବା ପରେ ଶେଷରେ ଅକ୍ଟୋବର ୧୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ଅଦାଲତ।ପଞ୍ଚତାରକା ହୋଟେଲ୍‌ରେ ୪ ବିଚାରପତିଙ୍କୁ ରାତ୍ରିଭୋଜନ ଦେଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ : ଐତିହାସିକ ଅଯୋଧ୍ୟା ରାୟର ଦୀର୍ଘ ଶୁଣାଣି ପରେ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇ ଅଯୋଧ୍ୟା ରାୟ ପାଇଁ ଗଠିତ ସମ୍ବିଧାନ ଖଣ୍ଡପୀଠରେ ତାଙ୍କ ସହ ଥିବା ଆଉ ୪ ଜଣ ବିଚାରପତିଙ୍କୁ ରାତ୍ର ଭୋଜନରେ ଆପ୍ୟାୟିତ କରିଛନ୍ତି। ପରବର୍ତ୍ତୀ ମୁଖ୍ୟ ବିଚାରପତି ଏସ୍‌. ଏ. ବୋବ୍‌ଡେ, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍‌ ଏସ୍‌.ଏ. ନଜିର୍‌ ଏହି ଖଣ୍ଡପୀଠରେ ଗୋଗଇଙ୍କ ସହଯୋଗୀ ଥିଲେ। ଶନିବାର ରାଜଧାନୀ ଦିଲ୍ଲୀର ତାଜ୍‌ ମାନସିଂ ହୋଟେଲ୍‌ରେ ଗୋଗଇ ତାଙ୍କ ସହ ସମ୍ବିଧାନ ପୀଠରେ ଥିବା ଅନ୍ୟ ୪ ବିଚାରପତିଙ୍କୁ ରାତ୍ର ଭୋଜନ ଦେଇଥିବା ସୂଚନା ରହିଛି। ଚଳିତବର୍ଷ ଅଗଷ୍ଟ ୬ ତାରିଖରେ ଅଯୋଧ୍ୟା ବିବାଦକୁ ନେଇ ଶୁଣାଣି ଆରମ୍ଭ ହେବା ପରଠାରୁ କାମ ଚାପରେ ରହିଥିବା ଏହି ୫ ବିଚାରପତିଙ୍କୁ ସାମାନ୍ୟ ବିରତି ଦେବା ଉଦ୍ଦେଶ୍ୟରେ ଗୋଗଇ ଏପରି ଯୋଜନା କରିଥିଲେ। ଦୀର୍ଘ ୪୦ ଦିନ ଧରି ଅଦାଲତରେ ଅଯୋଧ୍ୟା ବିବାଦର ଶୁଣାଣି ହେବା ପରେ ଶେଷରେ ଅକ୍ଟୋବର ୧୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ଅଦାଲତ।

ସମ୍ବନ୍ଧିତ ଖବର