ଶ୍ରୀନଗର: ‘ଜମ୍ମୁ କାଶ୍ମୀରରେ ଆମେ ଚୀନ୍ ସହାୟତାରେ ପୁଣି ଧାରା ୩୭୦ ପ୍ରଚଳନ କରିବୁ’ ବୋଲି ନେସ୍ନାଲ କନ୍ଫରେନ୍ସ (ଏନ୍ସି) ନେତା ଫାରୁକ୍ ଅବଦୁଲ୍ଲାଙ୍କ ବୟାନକୁ ନେଇ ନିକଟରେ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା। ଏବେ ଏହି ମାମଲାରେ ଏନ୍ସି ପକ୍ଷରୁ ଆଜି ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଫାରୁକ୍ ଏଭଳି ବୟାନ ଦେଇନାହାନ୍ତି ଏବଂ ଏକ ଟେଲିଭିଜନ ଚ୍ୟାନେଲକୁ ସେ ଦେଇଥିବା ବୟାନର ଭୁଲ୍ ବ୍ୟାଖ୍ୟା କରାଯାଇଛି । ଫାରୁକ୍ଙ୍କ ବୟାନକୁ ଗଣମାଧ୍ୟମ ବିକୃତ କରି ପରିବେଷଣ କରିଛି ବୋଲି ଦଳ କହିଛି। ବିଜେପି ନେତା ସମ୍ବିତ ପାତ୍ର ଫାରୁକ୍ଙ୍କ ବୟାନକୁ ରାଜଦ୍ରୋହ ବୋଲି ଅଭିହିତ କରିଥିଲେ।
ନେସ୍ନାଲ କନ୍ଫରେନ୍ସର ସ୍ପଷ୍ଟୀକରଣ: ଧାରା ୩୭୦ ନେଇ ଫାରୁକ୍ଙ୍କ ବୟାନର ଭୁଲ୍ ବ୍ୟାଖ୍ୟା କରାଯାଉଛି
/sambad/media/post_attachments/wp-content/uploads/2020/02/farooq-abdullah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)