ଭାରତୀୟ ଛାତ୍ରଙ୍କ ଚୀନ୍ ପ୍ରତ୍ୟାବର୍ତ୍ତନ ବିଜ୍ଞପ୍ତି ଉପରେ ସ୍ପଷ୍ଟୀକରଣ

ବେଜିଂ : ଯେଉଁ ଭାରତୀୟ ଛାତ୍ରମାନେ ଚୀନ୍‌ର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିଲେ ଏବଂ କୋଭିଡ୍‌-୧୯ ପାଇଁ ଭାରତ ଆସି ଆଉ ଫେରିପାରି ନାହାନ୍ତି ସେମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ କରିବା ଲାଗି ଚୀନ୍ ପ୍ରତ୍ୟାବର୍ତ୍ତନ ଉପରେ ଏକ ପ୍ରେସ୍ ବିଜ୍ଞପ୍ତି ଏପ୍ରିଲ ୨୯ ତାରିଖରେ ପ୍ରକାଶ ପାଇଥିଲା। ଏ ବାବଦରେ କିଛି ନକଲି ଫର୍ମ ମଧ୍ୟ ସୋସିଆଲ ମିଡିଆରେ ସର୍କୁଲେଟ୍ ହୋଇଥିବା ଶୁକ୍ରବାର ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଏଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ତେଣୁ ଛାତ୍ରଛାତ୍ରୀମାନେ କେବଳ ଭାରତୀୟ ଦୂତାବାସ ପକ୍ଷରୁ ଇସ୍ୟୁ କରାଯାଇଥିବା ଗୁଗ୍‌ଲ ଫର୍ମକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ଫର୍ମ ଠିକ୍‌ଭାବେ ପୂରଣ କରିବା ଉପରେ ଛାତ୍ରଛାତ୍ରୀମାନେ ଦୃଷ୍ଟି ଦେବା ପାଇଁ ମଧ୍ୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର