ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଜଣେ ଏନସି ନେତାଙ୍କ ନିର୍ବାଚନ ରାଲିରେ ଛୁରିମାଡ଼ ହୋଇ ୩ ଜଣ ଆହତ ହୋଇଛନ୍ତି। ପୁଞ୍ଚ୍ ଜିଲ୍ଲାର ମେଣ୍ଢର ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏନସି ଦଳର ରାଲି ଥିଲା। ଏହି କାର୍ଯ୍ୟକ୍ରମରେ ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଦଳର ଅନ୍ୟ ନେତା ତଥା ଅନନ୍ତନାଗ-ରାଜୌରୀ ଲୋକସଭା ଆସନର ପ୍ରାର୍ଥୀ ମିଆନ ଅଲତଫ ଅହମଦ ଉପସ୍ଥିତ ଥିଲେ। ରାଲି ସମୟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆହତ ଯୁବକମାନଙ୍କୁ ଚିକିତ୍ସା ପାଇଁ ରାଜୌରୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ଅଛି ବୋଲି ଡାକ୍ତର କହିଛନ୍ତି। ଆହତ ଯୁବକଙ୍କ ନାଁ ସୁହେଲ ଅହମଦ। ସେ ମେଣ୍ଢର ବାସିନ୍ଦା। ଅନ୍ୟ ୨ ଆହତ ଯୁବକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ୟାସିର ଅହମଦ ଏବଂ ଇମ୍ରାନ ଅହମଦ। ତେବେ ଉକ୍ତ ୨ ଯୁବକ ହସ୍ପିଟାଲ ଛାଡ଼ି ପଳାଇଛନ୍ତି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାରେ କେହି ଗିରଫ ହୋଇନାହାନ୍ତି। ଇତି ମଧ୍ୟରେ ମେଣ୍ଢର ଚୌକରେ ଲୋକମାନେ ଏଭଳି ଘଟଣା ପାଇଁ ଆନ୍ଦୋଳନ କରିଛନ୍ତି ଏବଂ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବାପାଇଁ ଚେଷ୍ଟା କରିଛନ୍ତି।
ଫାରୁକ ଅବଦୁଲ୍ଲାଙ୍କ ରାଲିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ
/sambad/media/post_attachments/wp-content/uploads/2024/05/sfshsfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)