ଲଦାଖ୍‌ ସଂଘର୍ଷ : ଯୋଜନାବଦ୍ଧ ଭାବେ ଆକ୍ରମଣ କରିଛି ଚୀନ୍

ନୂଆଦିଲ୍ଲୀ : ଚୀନ୍‌ର ବିଦେଶ ନୀତିରେ ବିଶ୍ବାସଘାତ ଓ ଛଳନା କେତେ ଭରି ରହିଛି ତାହା ଲଦାଖ୍‌ ସଂଘର୍ଷରୁ ପୁଣି ଥରେ ପ୍ରମାଣିତ ହୋଇଛି। ଏହି ସଂଘର୍ଷ ପାଇଁ ଚୀନ୍‌ ସଂପୂର୍ଣ୍ଣ ଭାବେ ଦାୟୀ ଏବଂ ଚୀନ୍‌ ଏବେ ନିଜର କାର୍ଯ୍ୟ ଏବଂ ପଦକ୍ଷେପକୁ ନେଇ ସମୀକ୍ଷା କରୁ ବୋଲି ଆଜି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗଲୱାନରେ ଯାହା ଘଟିଲା ତାହା ଅଚାନକ ଉତ୍ତେଜନାରୁ ହୋଇନାହିଁ, ଏହା ପଛରେ ଚୀନ୍‌ର ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ଧରାପଡ଼ିଯାଉଛି। ଚୀନ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏଭଳି ଉଦବେଗ ଜଣାଇଛନ୍ତି। ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୱି ଆଜି ଜୟଶଙ୍କରଙ୍କୁ ଫୋନ୍ କରି ଆଲୋଚନା କରିଛନ୍ତି। ଜୟଶଙ୍କର କହିଛନ୍ତି ଯେ ଭବିଷ୍ୟତରେ ଯଦି କିଛି ବଡ଼ ଘଟଣା ଘଟିବ ସେଥିପାଇଁ ଚୀନ୍‌ ଦାୟୀ ରହିବ। ତେବେ ଏବେ ଉତ୍ତେଜନାକୁ ଆଉ ନ ବଢ଼ାଇବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି।

Hindustan Times

ଉତ୍ତେଜନା ହ୍ରାସ ଲାଗି ଉଭୟ ପକ୍ଷ ମଧ୍ୟରେ ମେଜର ଜନେରାଲ ସ୍ତରରେ ଗତକାଲି ଠାରୁ ଆଲୋଚନା ଚାଲିଛି। ଏହାସହିତ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତ ଏହାର ‌ସେନାକୁ ଆଲର୍ଟ ରହିବାକୁ କହିଛି। ୩୫୦୦ କିଲୋମିଟର ଦୀର୍ଘ ସୀମାର‌େ ସ୍ଥଳ ସେନାକୁ ଆଲର୍ଟ ରଖାଯାଇଥିବା ବେଳେ ବାୟୁସେନାକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ଭାରତୀୟ ମହାସାଗରରେ ଭାରତୀୟ ନୌସେନାକୁ ମଧ୍ୟ ସଜାଗ ରଖାଯାଇଛି।

ସମ୍ବନ୍ଧିତ ଖବର