ମହାରାଷ୍ଟ୍ର ବିଧାନସଭାରେ ପିଟାପିଟି ହେଲେ ଦୁଇ ବିଧାୟକଙ୍କ ସମର୍ଥକ

ଆଜି ମହାରାଷ୍ଟ୍ର ବିଧାନସଭା ପରିସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇ ବିଧାୟକଙ୍କ ସମର୍ଥକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପିଟାପିଟି ଦେଖିବାକୁ ମିଳିଥିଲା । ଏହି ଦୁଇ ବିଧାୟକ ହେଲେ ବିଜେପି ବିଧାୟକ ଗୋପୀଚାନ୍ଦ ପାଦଲକର ଏବଂ ଏନସିପି ଶରଦ ଗୋଷ୍ଠୀର ବିଧାୟକ ଜିତେନ୍ଦ୍ର ଆହ୍ବାଦ ।

assembly

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭା ପରିସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇ ବିଧାୟକଙ୍କ ସମର୍ଥକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପିଟାପିଟି ଦେଖିବାକୁ ମିଳିଥିଲା । ଏହି ଦୁଇ ବିଧାୟକ ହେଲେ ବିଜେପି ବିଧାୟକ ଗୋପୀଚାନ୍ଦ ପାଦଲକର ଏବଂ ଏନସିପି ଶରଦ ଗୋଷ୍ଠୀର ବିଧାୟକ ଜିତେନ୍ଦ୍ର ଆହ୍ବାଦ ।

ବିବାଦର କାରଣ ହେଉଛି ଗତକାଲି କାରର ଦ୍ୱାର ଖୋଲିବା ସମୟରେ ଗୋପୀଚାନ୍ଦ ପାଦଲକର ଏବଂ ଜିତେନ୍ଦ୍ର ଆହ୍ବାଦଙ୍କ ମଧ୍ୟରେ ଏକ ବିବାଦ ହୋଇଥିଲା । ପାଦଲକର ତାଙ୍କ କାରରୁ ଓହ୍ଲାଇ ଦ୍ୱାର ବନ୍ଦ କରିଦେବାରୁ ଏହି ସଂଘର୍ଷ ଘଟିଥିଲା। ଆହ୍ବାଦ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଏପରି କରିଥିବା ଅଭିଯୋଗ କରିଥିଲେ ଏବଂ ଦାବି କରିଥିଲେ ଯେ ଏହା ତାଙ୍କୁ କ୍ଷତି ପହଞ୍ଚାଇପାରେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏପରିକି ସେମାନେ ପରସ୍ପରପ୍ରତି ଅପମାନଜକନ ଶବ୍ଦ ପ୍ରୟୋଗ କରିଥିଲେ । ଗତକାଲି କୌଣସି ପ୍ରକାରେ ମାମଲା ଶାନ୍ତ ହୋଇଥିଲା କିନ୍ତୁ ଆଜି ଉକ୍ତ ଘଟଣାକୁ ନେଇ ବିଧାନସଭା ପରିସର ଭିତରେ ଉଭୟ ବିଧାୟକଙ୍କ ସମର୍ଥକମାନେ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe