ମେକ୍ସିକୋ: ନିଶା ମାଫିଆଙ୍କ ପୁଅ ଗିରଫ ହେବା ପରେ ସେନା ସହ ସଂଘର୍ଷ, ୨୯ ମୃତ

ମେକ୍ସିକୋ ସିଟି : ମେକ୍ସିକୋର ନିଶା ମାଫିଆ ମୁଖ୍ୟ ଏଲ୍ ଚାପୋର ପୁଅ ଓଭିଡିଓ ଗଜମ୍ୟାନକୁ ଗିରଫ କରାଯିବା ପରେ ଉତ୍ତରାଞ୍ଚଳ ରାଜ୍ୟ ସିନାଲୋଆରେ ମାଫିଆ ଗୋଷ୍ଠୀ ସହ ସେନା କର୍ମଚାରୀଙ୍କର ସଂଘର୍ଷ ହୋଇଥିଲା। ଏଥିରେ ୧୯ ଜଣ ଗ୍ୟାଙ୍ଗ ସଦସ୍ୟ ଓ ୧୦ ଜଣ ସେନା କର୍ମଚାରୀ ମୃତ୍ୟୁବରଣ କରିଥିବା ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ଲୁଇସ କ୍ରେସେନ୍ସିଓ ସାଣ୍ଡୋଭାଲ କହିଛନ୍ତି।

ଜେଲରେ ଥିବା ନିଶା ସମ୍ରାଟ୍ ଏଲ ଚାପୋଙ୍କ ପୁଅ ୩୨ ବର୍ଷୀୟ ଗଜମ୍ୟାନକୁ ମେକ୍ସିକୋର ସୁରକ୍ଷା କର୍ମଚାରୀମାନେ ଗୁରୁବାର ସକାଳେ ଗିରଫ କରିଥିଲେ। ଗଜମ୍ୟାନକୁ ତା’ ଘରୁ ହେଲିକପ୍ଟର ଯୋଗେ ଉଠେଇ ନିଆଯାଇଥିଲା। ଏହାପରେ ସଶସ୍ତ୍ର ମାଫିଆ ଗୁଣ୍ଡାମାନେ ସେନା କର୍ମଚାରୀମାନଙ୍କ ଗାଡ଼ି ପୋଡ଼ିଦେବା ସହ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଅଭିଯାନରେ ଗୁରୁବାର ମାଫିଆ ଗୋଷ୍ଠୀର ଆଉ ୨୧ ଜଣଙ୍କୁ ଗିରଫ କରାଯାଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର