ଜୟପୁର: ଇଦ୍ ଉତ୍ସବ ମଧ୍ୟରେ ଆଜି ରାଜସ୍ଥାନର ନାଗୌରରେ ୨ ମୁସ୍ଲିମ ଗୋଷ୍ଠୀ ମଧ୍ୟରେ ବଡ଼ ଧରଣର ସଂଘର୍ଷ ହୋଇଛି। ରାମ ନବମୀ ପରଠାରୁ ରାଜସ୍ଥାନରେ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ହେଉଥିବା ବେଳେ ଆଜି ଇଦ୍ରେ ମଧ୍ୟ ୨ ମୁସଲମାନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉପୁଜିଛି। ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇ ପରେ ଏହା ପଥର ମାଡ଼ରେ ପରିଣତ ହୋଇଥିଲା। ଯୋଧପୁର ହିଂସାର ମାତ୍ର କିଛି ଘଣ୍ଟା ପରେ ନାଗୌରରେ ଏହି ସଂଘର୍ଷ ହୋଇଛି। ଅନ୍ୟପକ୍ଷେ ଆଜି ଉତ୍ତରପ୍ରଦେଶର ସମ୍ଭଲରେ ମଧ୍ୟ ଗୋଟିଏ ସମ୍ପ୍ରଦାୟର ୨ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ସଂଘର୍ଷ ଉପୁଜିଛି। ସମ୍ଭଲ୍ରେ ପଥର ମାଡ଼ ଏବଂ ଗୁଳିମାଡ଼ ମଧ୍ୟ ହୋଇଛି। ଉକ୍ତ ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ଇଦ୍ ଉତ୍ସବ ସମୟରେ ୨ ମୁସ୍ଲିମ ଗୋଷ୍ଠୀ ମଧ୍ୟରେ ସଂଘର୍ଷ
/sambad/media/post_attachments/wp-content/uploads/2022/05/65d4654da654g65gdadggda.jpg)