ନୂଆଦିଲ୍ଲୀ: ରବିବାର ଦିନ ରାମ ନବମୀ ଅବସରରେ ଆୟୋଜିତ ଶୋଭାଯାତ୍ରା ବେଳେ ଦେଶର ୪ଟି ରାଜ୍ୟରେ ସଂଘର୍ଷ ଘଟି ଗୁଜରାଟ ରାଜ୍ୟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ରାମ ନବମୀ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରା ବେଳେ ସଂଘର୍ଷ ଘଟିଥିବା ପୁଲିସ କହିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଶୋଭାଯାତ୍ରାରେ ହିଂସାକାଣ୍ଡ ଏବଂ ପୋଡ଼ାଜଳା କାରଣରୁ ମଧ୍ୟପ୍ରଦେଶର ଖାର୍ଗୋନ୍ର କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି।
Image Courtesy of NDTVଗୁଜରାଟର ଆନନ୍ଦ ଜିଲ୍ଲା ଅନ୍ତର୍ଗତ ଖମ୍ଭଟ ଏବଂ ସବରକଣ୍ଠ ଜିଲ୍ଲାର ହିମ୍ମତନଗରରେ ରାମ ନବମୀ ଶୋଭାଯାତ୍ରା ବେଳେ ଭିନ୍ନ ସମ୍ପ୍ରଦାୟ ସହିତ ସଂଘର୍ଷ ଘଟିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଉଭୟ ଶୋଭାଯାତ୍ରାରେ ଟେକାପଥର ଫିଙ୍ଗାଫିଙ୍ଗି ଓ ପୋଡ଼ାଜଳା ହୋଇଥିଲା। ଖମ୍ଭଟ୍ରେ ୬୫ ବର୍ଷ ବୋଲି ଅନୁମାନ କରାଯାଉଥିବା ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି ବୋଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅଜିତ ରାଜ୍ୟନ କହିଛନ୍ତି।
Image Courtesy of Lokjantaପଶ୍ଚିମବଙ୍ଗର ଶିବପୁର ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରାରେ ସଂଘର୍ଷ ହେବାରୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ହାଓଡ଼ାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ବିରୋଧୀ ‘ବିଜେପି’ ଅଭିଯୋଗ କରିଛି ଯେ, ପୁଲିସ ହିଁ ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ଜନତାଙ୍କୁ ପୁଲିସ ମାରଧର କରିଥିବା କଥା ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି।
ସେହିପରି, ଝାଡ଼ଖଣ୍ଡର ଲୋହାଡାଗା ଅଞ୍ଚଳରେ ମଧ୍ୟ ରାମ ନବମୀ ଶୋଭାଯାତ୍ରା ବେଳେ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିବା ରିପୋର୍ଟ ମିଳିଛି। ଏହି ସଂଘର୍ଷରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସାଙ୍ଘାତିକ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Clashes-During-Ram-Navami-Rally_Thumbnail.jpg)