ଷ୍ଟିଲ କାରଖାନାରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ; ୧୯ ପୁଲିସ ଆହତ, ୧୨ ଗାଡ଼ି ନଷ୍ଟ, ୨୭ ଗିରଫ

ପାଲଘର : ଶନିବାର ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବୋଇସାର ସହରରେ ଥିବା ଏକ ଷ୍ଟିଲ କମ୍ପାନିର କର୍ମଚାରୀମାନଙ୍କୁ ୧୦୦ରୁ ଅଧିକ ଉତ୍ତ୍ୟକ୍ତ ଶ୍ରମିକ ଆକ୍ରମଣ କରିଥିଲେ। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲାବେଳେ ଉତ୍ତ୍ୟକ୍ତ ଶ୍ରମିକଙ୍କ ଆକ୍ରମଣରେ ୧୯ ଜଣ ପୁଲିସ ଆହତ ହେବା ସହ ସେମାନଙ୍କର ୧୨ଟି ଗାଡ଼ି ଭାଙ୍ଗିରୁଜି ଯାଇଛି। ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରିଥିବା ପ୍ରକାଶ କରିଛି। ବର୍ତ୍ତମାନ କାରଖାନା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପରିସ୍ଥିତି ଏବେ ଉତ୍ତେଜନାପୂର୍ଣ୍ଣ ଥିଲେ ବି ନିୟନ୍ତ୍ରଣାଧୀନ ରହିଛି। କାରଖାନାରେ ଦୀର୍ଘଦିନ ଧରି ଶ୍ରମିକଙ୍କ ସମସ୍ୟାକୁ ନେଇ ଶ୍ରମିକ ସଂଘ ଓ କମ୍ପାନି ଅଧିକାରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଶେଷରେ ସମସ୍ୟାର ସମାଧାନ ନ ହେବାରୁ ଶ୍ରମିକ ସଂଘର କିଛି ସଦସ୍ୟ କମ୍ପାନି କର୍ମଚାରୀମାନଙ୍କ ପିଟାପିଟି ଆରମ୍ଭ କରିଥିଲେ ଏବଂ ଭଙ୍ଗାରୁଜା କରିଥିଲେ। ପୁଲିସ ଖବର ପାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲାବେଳେ ସେମାନଙ୍କ ଉପରେ ବି ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର