ନୂଆଦିଲ୍ଲୀ: ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଅତିକ୍ରମଣ ମାମଲାରେ ଗତ ରାତି ତମାମ ଗୁଳି ବିନିମୟ ହୋଇଛି। ଏଥିରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣେ ଆଫଗାନ ଅଧିକାରୀ ସୂଚନା ଦେଇଛନ୍ତି। ଅକ୍ଟୋବରରେ ଭୟଙ୍କର ସଂଘର୍ଷ ପରେ ଏକ ଅସ୍ତ୍ରବିରତି ହୋଇଥିଲା। କିନ୍ତୁ ପୁଣିଥରେ ଏହି ସଦ୍ୟ ସଂଘର୍ଷ ସମଗ୍ର ଅଂଚଳକୁ ଅସ୍ଥିର କରିଦେଇଛି। ଦକ୍ଷିଣ ଆଫଗାନିସ୍ତାନର ସ୍ପିନ ବୋଲଡ଼ାକ ଜିଲ୍ଲାର ଗଭର୍ଣ୍ଣର ଅବଦୁଲ କରିମ ଜାହଦ କହିଛନ୍ତି ଯେ ପାକିସ୍ତାନ ସେନା ତୁହାକୁ ତୁହା ଗୁଳିଗୋଳା ମାଡ଼ କରି ବ୍ୟାପକ କ୍ଷତି ଘଟାଇବାକୁ ପ୍ରୟାସ କରୁଛି।
ଅକ୍ଟୋବର ସଂଘର୍ଷ ପରେ ୨ ରାଷ୍ଟ୍ର ମଧ୍ୟରେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ ଚମନ ଏବଂ ସ୍ପିନ ବୋଲଡାକର କ୍ରସିଂ ନିକଟରେ ପୁଣି ସଂଘର୍ଷ ପାଇଁ ଉଭୟ ପାକିସ୍ତାନ ଏବଂ ଆଫଗାନିସ୍ତାନ ଏଥିପାଇଁ ପରସ୍ପରକୁ ଦାୟୀ କରିଛନ୍ତି। ତାଲିବାନ ସରକାରୀ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ପାକିସ୍ତାନ ବିନା ଉତ୍ତେଜନାରେ ଆକ୍ରମଣ କରି ସର୍ତ୍ତ ଉଲ୍ଲଂଘନ କରିଛି। ଅନ୍ୟପକ୍ଷେ ପାକିସ୍ତାନ କହିଛି ଯେ ଆଫଗାନିସ୍ତାନ ପ୍ରଥମେ ଗୁଳି ଚାଳନା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/07/sfhfshxvbbvb-2025-12-07-02-32-10.jpg)