ଚଳିତ ବର୍ଷ ଦେଶରେ ହେବ ନାହିଁ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା: ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ୧୦ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବନ୍ଦ ରଖାଯାଇଛି। ଚଳିତ ବର୍ଷ ଦେଶରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବନାହିଁ। ଆଜି ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ପ୍ରକାଶ ପାଉଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

କେବଳ ମାତ୍ର ଉତ୍ତର- ପୂର୍ବ ଦିଲ୍ଲୀରେ ମଝିରୁ ଅଟକି ଯାଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା କରାଯିବ ଏବଂ ବାକି ରହିଯାଇଥିବା ପରୀକ୍ଷାଗୁଡ଼ିକ କରାଯିବ। ତେବେ ପରୀକ୍ଷାର ତାରଖ ସ୍ଥର ହେଲେ ୧୦ ଦିନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯିବ ବୋଲି କହିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ।

ସମ୍ବନ୍ଧିତ ଖବର