ନୂଆଦିଲ୍ଲୀ: ଆଜି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସ୍ଇ) ତା’ର ୱେବ୍ସାଇଟ୍ରେ ୨୦୨୦ ଶିକ୍ଷାବର୍ଷର ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରିଛି।
ଏଥିରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ cbseresults.nic.in ସେମାନଙ୍କର ରେଜଲ୍ଟ୍ ଦେଖି ପାରିବେ।
ଏ ବର୍ଷ ୯୧. ୪୬% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ୯୧. ୧୦% ଛାତ୍ରଛାତ୍ରୀ ପାସ୍ କରିଥିଲେ। ୨୦୨୦ ବୋର୍ଡ ପରୀକ୍ଷା ନିମନ୍ତେ ୧୮୮୫୮୮୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲେ। ସେଥିରୁ ୧୮୭୩୦୧୫ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୧୩୧୨୧ ଜଣ ପାସ୍ କରିଛନ୍ତି। ୧୫୦୧୯୮ ବା ୮.୦୨% ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟାଲ୍ ରେଜଲ୍ଟ୍ ପାଇଛନ୍ତି।
ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୪୩୫୮ ବା ୯.୮୪% ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୪୧୮୦୪ ବା ୨. ୨୩% ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି।
Image Courtesy of Hindustan Times୨୦୨୦ ଶିକ୍ଷା ବର୍ଷ ୧୦ମ ପରୀକ୍ଷାରେ ବାଳିକାମାନେ ବାଳକମାନଙ୍କ ଠାରୁ ୩. ୧୭% ଭଲ ରେଜଲଟ୍ କରିଛନ୍ତି। ବାଳିକାମାନଙ୍କର ପାସ୍ ହାର ୯୩. ୩୧% ଥିବା ବେଳେ ବାଳକମାନଙ୍କର ପାସ୍ ହାର ୯୦. ୧୪% ରହିଛି।
ଏଥର ଉତ୍ତମ ଫଳାଫଳ ହାସଲ କରିଥିବା ଜିଲ୍ଲାଗୁଡ଼ିକରେ ଅଛନ୍ତି ତ୍ରିଭାନ୍ଦ୍ରମ୍ (୯୯. ୨୮%), ଚେନ୍ନାଇ (୯୮. ୯୫%) ଏବଂ ବେଙ୍ଗାଲୁରୁ (୯୮. ୨୩%)। ସବୁଠୁ କମ୍ ଫଳାଫଳ ହାସଲ କରିଥିବା ଜିଲ୍ଲା ହେଉଛି ଗୌହାଟି (୭୯. ୧୨%)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/CBSE-10th-Result-Out_Thumbnail.jpg)