ଗୋରଖପୁର: ଗୁରୁବାର ଦିନ ସର୍ବସାଧାରଣରେ ଜଣେ ଅସଦାଚରଣକାରୀଙ୍କୁ ବାଡ଼େଇବା ପରେ ଗିରଫ କରାଇଥିବା ଜଣେ ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ଶୃଙ୍ଖଳାତ୍ମକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସ୍କୁଲ୍ରୁ ବହିଷ୍କାର କରାଯାଇଛି।
ଗୁରୁବାର ଦିନ ସେ ଝିଅଟି ସ୍କୁଲ୍ରୁ ଫେରୁଥିବା ବେଳେ ଜଣେ ୨୫ ବର୍ଷିୟ ବ୍ୟକ୍ତି ତାଙ୍କୁ ଅଟକାଇ ଥିଲେ। ଝିଅଟି ସହାୟତା ଲାଗି ଡାଏଲ୍ ୧୦୦କୁ ସୂଚନା ଦେବା ଆଗରୁ ତାଙ୍କୁ ଚପଲରେ ପିଟିଥିଲେ। ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଦଫା ଲାଗୁ କରାଯାଇ ସେ ବ୍ୟକ୍ତିଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ଶନିବାର ଦିନ ଝିଅଟି ସ୍କୁଲ୍ରେ ପହଞ୍ଚିବା ପରେ ପ୍ରିନ୍ସିପାଲ୍ ତାଙ୍କୁ ଡକାଇ ଟ୍ରାନ୍ସ୍ଫର ସାର୍ଟିଫିକେଟ୍ ନେବାକୁ କହିଥିଲେ। ସେ ସ୍କୁଲ୍ର ମର୍ଯ୍ୟାଦା ହାନି କରିଥିବା କଥା କାରଣ ଭାବେ ଦର୍ଶାଯାଇଥିଲା। ଝିଅଟି କହେ: ସାମନ୍ୟ କଥାରେ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହୋଇ ମୁଁ ତାମସା କରିଛି ବୋଲି ପ୍ରିନ୍ସିପାଲ୍ ମତେ କହିଲେ।
ପ୍ରିନ୍ସିପାଲ୍ କହନ୍ତି: ଛୁଟି ହେବା ପୂର୍ବରୁ ସେ ସ୍କୁଲ୍ରୁ ବାହାରି ଯାଇଥିଲା। ଏ ଭଳି ଉତ୍ସୃଙ୍ଖଳତା ନିୟମ ଭଙ୍ଗ କରିବାକୁ ଅନ୍ୟମାନଙ୍କୁ ଉତ୍ସାହ ଦେବ। ତେଣୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କିନ୍ତୁ, ସେ ସ୍କୁଲ୍ର ଜଣେ ଶିକ୍ଷକ କହନ୍ତି, ଏ ଭଳି ସାହସିନୀ ଝିଅ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ୟମାନଙ୍କୁ ସ୍ୱର ଉତ୍ତୋଳନ କରିବାକୁ ହତୋତ୍ସାହ କରିବ।