ନୂଆଦିଲ୍ଲୀ: ବିଦ୍ୟାଳୟରେ ସମୃଦ୍ଧତା ତଥା ଖ୍ୟାତି ଆଣିବା ପାଇଁ କଳା ଯାଦୁରେ ବିଶ୍ବାସ କରି ଉତ୍ତରପ୍ରଦେଶର ହାଥ୍ରାସରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିଦ୍ୟାଳରେ ପୂର୍ଜାଚ୍ଚନା କରାଯାଇ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। 

Advertisment

ସୂତ୍ରରୁ ପ୍ରକାଶ ଯେ ସେପ୍ଟେମ୍ବର ୨୨ ତାରିଖରେ ତିନିଜଣ ବ୍ୟକ୍ତି ଛାତ୍ର ଜଣଙ୍କୁ ତାଙ୍କ ହଷ୍ଟେଲ ରୁମରେ ପଶି ଗଳା କାଟି ହତ୍ୟା କରିଥିଲେ। ତେବେ ଏହି ନର ବଳି କାର୍ଯ୍ୟରେ ବିଦ୍ୟାଳୟର ମାଲିକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।

ପ୍ରାରମ୍ଭରେ, ସେପ୍ଟେମ୍ବର ୬ ତାରିଖରେ ଏହା ଘଟିବ ବୋଲି ସ୍ଥିର କରାଯାଇଥିଲା, କିନ୍ତୁ ପିଲାଟି ସେଦିନ ପାଟି କରି ଚିତ୍କାର କରିବାକୁ ସେମାନଙ୍କ ଯୋଜନା ପଣ୍ଡ ହୋଇ ଯାଇଥିଲା। 

ତାଙ୍କୁ ବଧ କରିବାକୁ ଉଦ୍ୟମ ସତ୍ତ୍ୱେ ସେଦିନ ପିଲାଟି ବଞ୍ଚି ଯାଇଥିଲା ଏବଂ ପରେ ଏହି ହତ୍ୟାକାଣ୍ଡ ଘଟିଥିବା ଓ ଏକ ଡାକ୍ତରୀ ପରୀକ୍ଷା ଦ୍ୱାରା ତାଙ୍କ ଗଳା କଟା ଯାଇଥିବାର ଲକ୍ଷଣ ପ୍ରମାଣିତ ହୋଇଥିଲା।

ସେପ୍ଟେମ୍ବର ୨୨ ତାରିଖରେ, ଅଭିଯୁକ୍ତ ପୁନର୍ବାର ସେପରି କରିବାକୁ ଚେଷ୍ଟା କରି ସ୍କୁଲ ପଛରେ ଥିବା ଏକ ଟ୍ୟୁବୱେଲ୍‌ ନିକଟରେ ବାଳକକୁ ବଳି ଦେବାକୁ ଇଚ୍ଛା କରିଥିଲା। ସେଠାକୁ ନେବା ବେଳେ ବାଳକ ଜାଗ୍ରତ ହୋଇଯିବାରୁ ଅଭିଯୁକ୍ତମାନେ ଭୟଭୀତ ହୋଇ ସ୍କୁଲ ଭିତରେ ତା’ର ଗଳା କାଟି ହତ୍ୟା କରିଥିଲେ।

ଅଧିକ ଅନୁସନ୍ଧାନ ପରେ ଟ୍ବିବ୍‌ୱେଲ୍‌ ନିକଟରେ କିଛି ଯାଦୁବିଦ୍ୟା ସଂପର୍କିତ ଜିନିଷ ଆବିଷ୍କାର ହେଲା, ଯାଦୁକରୀ କାର୍ଯ୍ୟକଳାପର ଦାବି ଆହୁରି ଦୃଢ଼ ହେବାକୁ ଲାଗିଲା। ଏହି ଅପରାଧର ଉଦ୍ଦେଶ୍ୟ ଅନ୍ଧବିଶ୍ୱାସ ବୋଲି ପୁଲିସ୍‌ ଅନୁମାନ କରୁଛି।