ରାଜକୋଟ୍‌: ଶୁକ୍ରବାର ଦିନ ଗୁଜରାଟର ଅମ୍‌ରେଲୀରେ ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟ ବାଳିକା ସ୍କୁଲ୍‌ ପରୀକ୍ଷା ହଲ୍‌କୁ ପ୍ରବେଶ କରିବା ବେଳେ ହୃଦ୍‌ଘାତରେ ପ୍ରାଣ ହରାଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

Advertisment

ମୃତା ବାଳିକା ହେଉଛନ୍ତି ରାଜକୋଟ ଜିଲ୍ଲା ଜସଦାନ ତାଲୁକ ବାସିନୀ ସାକ୍ଷୀ ରାଜୋସରା। ଶୁକ୍ରବାର ସକାଳେ ଶାନ୍ତାବା ଗଜେରା ସ୍କୁଲ୍‌ର ‌କ୍ଲାସ୍‌ରୁମ୍‌ରେ ଏହି ଘଟଣା ଘଟିଛି।

ସ୍କୁଲ୍‌ ପ୍ରଶାସକ ଚତୁର ଖୁଣ୍ଟ୍‌ କହିଛନ୍ତି, ପରୀକ୍ଷା ହଲ୍‌କୁ ପ୍ରବେଶ କରିବା ବେଳେ ସାକ୍ଷୀ ହଠାତ୍‌ ପଡ଼ିଗଲେ। ଅଚେତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଗଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ଲାଗି ତା’ର ଶବ ଫୋରେନ୍‌ସିକ୍‌ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

publive-image Image Courtesy of Times of India

ଖୁଣ୍ଟ୍‌ କହିଛନ୍ତି, ସମଗ୍ର ଘଟଣା ‘ସିସିଟିଭି’ରେ ଉତ୍ତୋଳିତ ହୋଇଛି। ସେଥିରେ ଦେଖାଯାଉଛି, ବାଳିକାଜଣକ ପରୀକ୍ଷା ହଲ୍‌କୁ ପ୍ରବେଶ କରୁ କରୁ ପଡ଼ିଯାଉଛନ୍ତି।

ଗତ ଅଳ୍ପକିଛି ମାସ ହେବ ରାଜ୍ୟରେ ବିଶେଷକରି ରାଜକୋଟରେ ତରୁଣମାନଙ୍କ ମଧ୍ୟରେ ହୃଦ୍‌ଘାତ ସମସ୍ୟା ଚିନ୍ତାର କାରଣ ହୋଇଛି।

୧୦୮ ଆମ୍ବୁଲାନ୍‌ସ୍‌ ସେବା କହିବା ଅନୁସାରେ, ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର ମାସ ସୁଦ୍ଧା କେବଳ ରାଜକୋଟ ଜିଲ୍ଲାରେ ୩,୫୧୨ଟି ହୃଦ୍‌ପିଣ୍ଡ ସମ୍ବନ୍ଧୀୟ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି, ୨୦୨୨ରେ ଏହି ଧରଣର ୩,୪୫୮ଟି ମାମଲା ରିପୋର୍ଟ କରାଯାଇଥିଲା।