ଆଜିଠାରୁ ଏକ ମାସ ଧରି ସ୍ବଚ୍ଛ ଭାରତ-୨୦୨୨ ଅଭିଯାନ

ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର

ଭୁବନେଶ୍ବର : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି (୧ ଅକ୍ଟୋବର ୨୦୨୨) ଠାରୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରୁ ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଷ୍ଟ୍ରବ୍ୟାପୀ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଶୁଭାରମ୍ଭ କରିବେ। ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ସାରା ଦେଶରେ ୭୪୪ ଜିଲ୍ଲା ଗୁଡିକର ୬ ଲକ୍ଷ ଗ୍ରାମରେ ନେହରୁ ଯୁବ କେନ୍ଦ୍ର ସଙ୍ଗଠନ (ଏନ୍‌ୱାଇକେଏସ୍‌) ଦ୍ୱାରା ଅନୁବନ୍ଧିତ ୟୁଥ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ ସଂସ୍ଥା ଗୁଡିକର ନେଟୱର୍କ ମାଧ୍ୟମରେ ଆୟୋଜିତ କରାଯାଉଛି।

ଯୁବ ବ୍ୟାପାର ବିଭାଗ ସ୍ୱଚ୍ଛ ଭାରତ ୨୦୨୨ ମାଧ୍ୟମରେ ୧ କୋଟି କିଲୋ ପ୍ଲାଷ୍ଟିକ୍ ବର୍ଜ୍ୟକୁ ଏକାଠି କରିବା ଏବଂ ଏହାର ପରିଚାଳନା କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ଏହା ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଠାକୁର କହିଥିଲେ ଯେ ସ୍ୱଚ୍ଛ ଭାରତ ୨୦୨୨ ଅଭିଯାନର ଆରମ୍ଭ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା, ଲୋକମାନଙ୍କୁ ସଙ୍ଗଠିତ କରିବା ଏବଂ ଭାରତକୁ ସ୍ୱଚ୍ଛ କରିବାରେ ସେମାନଙ୍କର ଭାଗୀଦାରୀତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କରାଯିବ। ଏହି ପଦକ୍ଷେପରେ ବିଭିନ୍ନ ଅଂଚଳ, ବିଭିନ୍ନ ଭାଷା ଏବଂ ଅଲଗା ପୃଷ୍ଠଭୂମିର ଲୋକ ଏକା ସହିତ କାମ କରିବେ ଏବଂ ଏହି ଲୋକମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ଭାବେ ସ୍ୱଚ୍ଛତା ଆଧାରରେ ବର୍ଜ୍ୟ ପରିଚାଳନା କରାଯିବ। ସ୍ୱଚ୍ଛ ଭାରତ ୨୦୨୨ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଲୋକମାନଙ୍କୁ ସ୍ୱଚ୍ଛତାର ଅନୁଭବ କରାଇବା ନିମନ୍ତେ ଏକ ଗମ୍ଭୀର ପ୍ରୟାସ। ଏହା ଦେଶରେ ଖୁସି ସୂଚକାଙ୍କରେ ମଧ୍ୟ ଯୋଗଦାନ ଦେବ। ଯୁବ ବ୍ୟାପାର ବିଭାଗ ଏହି ଅଭିଯାନକୁ ଦେଶରେ ଲୋକମାନଙ୍କ ଦ୍ୱାରା ଚାଲୁ କରାଯାଉଥିବା ସବୁଠାର ବଡ ସ୍ୱଚ୍ଛତା ଅଭିଯାନ କରାଇବା ନିମନ୍ତେ ଚେଷ୍ଟା କରୁଛି।

ସମ୍ବନ୍ଧିତ ଖବର