ନୂଆଦିଲ୍ଲୀ : ଜଣେ ସଫେଇ କର୍ମଚାରୀ ଆଜି ଦେଶର ପ୍ରଥମ କରୋନା ଟିକା ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ଲାଇନ୍ ଦ୍ବାରା ଟିକାକରଣ କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ପରେ ୩୪ ବର୍ଷୀୟ ସଫେଇ କର୍ମଚାରୀ ମନୀଶ କୁମାର ଆଜି ଦିଲ୍ଲୀ ଏମ୍ସରେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଏହାପରେ ଡାକ୍ତର, ନର୍ସ୍ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଲେ। ନଜଫଗଡ଼ ବାସିନ୍ଦା ମନୀଶ କହିଛନ୍ତି, ତାଙ୍କ ସହକର୍ମୀମାନେ ପ୍ରଥମ ଡୋଜ୍ ଟିକା ନେବାପାଇଁ ଭୟ କରିବାରୁ ସେ ଟିକାକରଣ ପାଇଁ ନାମ ପଂଜିକୃତ କରିଥିଲେ। ସେ ପ୍ରଥମ ଡୋଜ୍ ଟିକା ନେଇ ଅନ୍ୟମାନଙ୍କ ମନରେ ସାହସ ଜୁଟାଇଥିଲେ। ଗତ ୮ ବର୍ଷ ଧରି ଦିଲ୍ଲୀ ଏମ୍ସରେ କାମ କରୁଥିବା ମନୀଶ କୁମାର ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ଅନ୍ୟ ଡାକ୍ତରମାନଙ୍କ ଉପସ୍ଥିତିରେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। କରେନା ଟିକାକୁ ନେଇ ରହିଥିବା ସମସ୍ତ ଆଶଙ୍କା ଓ ବିଭ୍ରାନ୍ତି ଦୂରଣକରିବା ପାଇଁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ଟିକା ନେଇଛନ୍ତି। କୋଭିଡ ଟିକା ନେବାରେ ଡ. ଗୁଲେରିଆ ହେଉଛନ୍ତି ଦେଶର ତୃତୀୟ ବ୍ୟକ୍ତି।
ସଫେଇ କର୍ମଚାରୀ ନେଲେ ଭାରତର ପ୍ରଥମ କରୋନା ଟିକା
ଏମ୍ସ ନିର୍ଦ୍ଦେଶକ ଗୁଲେରିଆ ଟିକା ନେଲେ
/sambad/media/post_attachments/wp-content/uploads/2021/01/fh46f5h4fs654f5s6h4hf5s6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)