ଶ୍ରୀନଗର: ପ୍ରକୃତିର ତାଣ୍ଡବଲୀଳା ପରେ ଛାରଖାର ହୋଇଛି ଜମ୍ମୁ-କାଶ୍ମୀର । ସବୁଠି ହାହାକାର, ସବୁଠି ଚିତ୍କାର । କାହାର ଘର ଭୁଶୁଡି ପଡିଛି ତ କାହାର ଗୋରୁ ଗାଈ ଏବଂ ଛେଳି ଚାପି ହୋଇ ମରିଯାଇଛନ୍ତି । ପୁଣି କାହାର ସମ୍ପର୍କୀୟ ନିଖୋଜ ହୋଇଛନ୍ତି । ଯଦିଓ ଏଯାଏଁ ସରକାରୀ ଭାବେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି ତଥାପି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । କାରଣ ରାମବନରେ ପ୍ରକୃତି ଯେମିତି ତାଣ୍ଡବ ରଚିଛି ଏବଂ ଯେମିତି ସବୁ ଛାରଖାର ହୋଇଛି ଏବେବି ଧସିଥିବା ପାହାଡ ତଳେ ଏବଂ ଭାସିଯାଇଥିବା ବିଲ୍ଡିଂରେ କିଛି ଲୋକ ଫଶିଥିବା ଅନୁମାନ କରାଯାଉଛି ।
#WATCH | Ramban, J&K | NDRF team undertakes road clearance work after the landslides in Ramban as a result of flash floods. pic.twitter.com/06aEY4CicD
— ANI (@ANI) April 20, 2025
ତେବେ ଇତିମଧ୍ୟରେ ଏନଡିଆରଏଫର ଟିମ ଏନଏଚରେ ଧସିଥିବା ପାହାଡରେ ଉଦ୍ଧାରକାମ ଆରମ୍ଭ କରିଛନ୍ତି ଏବଂ ସେମାନେ ଫଶିଥିବା ଗାଈଗୋରୁଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ଏଥିସହ ପାହାଡ ଧସିବା ଫଳରେ ରାସ୍ତାରେ ଯାଉଥିବା ବଡବଡ ଟ୍ରକ୍ ମଧ୍ୟ ପୋତି ହୋଇଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସ୍ଥିତି କେତେ ଭୟଙ୍କର ଦର୍ଶାଇ ଦେଉଛି ।
#WATCH | Ramban | Jammu and Kashmir Deputy Chief Minister Surinder Kumar Choudhary says, "There is no need for the public to panic. I have reached the spot on the instructions of the Chief Minister, which means that the government is very serious. The government stands with them… https://t.co/RPtF3puSwapic.twitter.com/NNgiGclCSJ
— ANI (@ANI) April 20, 2025
ଅନ୍ୟପଟେ ରାମବନରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ଜାମ୍ମୁକାଶ୍ମୀର ଉପମୁଖ୍ୟମନ୍ତ୍ରୀ ସରିନ୍ଦର କୁମାର ଚୌଧୁରୀ। ଲୋକଙ୍କୁ ଭୟଭୀତ ନହେବାକୁ କହିଥିବା ବେଳେ ସରକାର ସବୁପ୍ରକାର ସୁବିଧା ଯୋଗାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି । ତାସହ ପାଗ ଠିକ ନଥିବାରୁ ଉଦ୍ଧାର କାମରେ ବାଧା ଉପୁଜୁଥିବା ସେ କହିଛନ୍ତି । ଯେତେବେଳେ ମୁଁ ୨ ମିନିଟ୍ ଏଠାରେ ଛିଡା ହେବା ସମ୍ଭବ ହୋଇପାରୁନି ତାହାଲେ ଉଦ୍ଧାର କାମରେ କେତେ ସମସ୍ୟା ହେଉଥିବ ଆପଣ ଭାବନ୍ତୁ ବୋଲି ଗଣମାଧ୍ୟମକୁ କହିଛନ୍ତି ।