୨୦୨୦ରେ ଆର୍କଟିକ୍ ଏବଂ ଆଣ୍ଟାର୍କଟିକା ଅଞ୍ଚଳରେ ଜାତିସଂଘର ଅନ୍ୟତମ ସଂସ୍ଥାନ ‘ୱାର୍ଲଡ୍ ମେଟେରୋଲୋଜିକାଲ୍ ଅର୍ଗାନାଇଜେସନ୍’ (ଡବ୍ଲୁଏମ୍ଓ) ଯଥାକ୍ରମେ ୩୮ ଏବଂ ୧୮.୩ ଡିଗ୍ରି ତାପମାତ୍ରା ରେକର୍ଡ କରିଛି। ଉପରୋକ୍ତ ଦୁଇ ଅଞ୍ଚଳରେ ଏହା ହେଉଛି ସର୍ବାଧିକ ଉତ୍ତାପ ବୃଦ୍ଧି। ସେ ଅଞ୍ଚଳରେ ଏତେ ପରିମାଣରେ ଉତ୍ତାପ ବୃଦ୍ଧି ‘ବିଶ୍ବ ତାପମାନ’ର ଭୟାବହତା ବିଷୟରେ ଚିନ୍ତା ଉଦ୍ରେକ କରାଇଛି।
ଜାତିସଂଘର ଏକ ରିପୋର୍ଟ ଅନୁସାରେ, ‘ଡବ୍ଲୁଏମ୍ଓ’ର ମୁଖପାତ୍ରୀ କ୍ଲାରେ ନଲିସ୍ କହିଛନ୍ତି ଯେ, ରୁଷୀୟ ସହର ଭେର୍ଖୋୟାନ୍ସ୍କ୍ରେ ମଧ୍ୟ ‘ୱାର୍ଲଡ୍ ମେଟେରୋଲୋଜିକାଲ୍ ଅର୍ଗାନାଇଜେସନ୍’ ୩୮ ଡିଗ୍ରି ସେଲିସିୟସ୍ ତାପମାତ୍ରା ରେକର୍ଡ କରିଛି।
Image Courtesy of Asianet Newsableଭେର୍ଖୋୟାନ୍ସ୍କ୍ ‘ଉତ୍ତର ଆର୍କଟିକ୍ ସର୍କଲ୍’ର ଉତ୍ତର ଦିଗକୁ ପ୍ରାୟ ୧୧୫ କିଲୋମିଟର୍ ଦୂରରେ ଅବସ୍ଥିତ। ୧୮୮୫ ମସିହାରୁ ପାଣିପାଗ କେନ୍ଦ୍ର ସେଠାକାର ତାପମାତ୍ର ମାପ କରିଆସୁଛି।
‘ୱାର୍ଲଡ୍ ମେଟେରୋଲୋଜିକାଲ୍ ଅର୍ଗାନାଇଜେସନ୍’ କହିଛି ଯେ, ଗତବର୍ଷ ଗ୍ରୀଷ୍ମଋତୁର ଅଧିକାଂଶ ଦିନ ଆର୍ଟିକ୍ ସାଇବେରିଆର ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୧୦ ଡିଗ୍ରି ସେଲିସିୟସ୍ ଅଧିକ ବୃଦ୍ଧି ପାଇଥିଲା। ଏଥିଯୋଗୁଁ ଭୟଙ୍କର ବନାଗ୍ନି ଓସମୁଦ୍ର ବରଫ ହ୍ରାସ ପାଇବା ସହ ୨୦୨୦କୁ ସବୁଠୁ ଉତ୍ତପ୍ତ ବର୍ଷ ଭାବେ ଅଭିହିତ କରିଛି। ଏହାକୁ ମିଶାଇ ସେ ଅଞ୍ଚଳରେ ସମୁଦାୟ ୩ଟି ଉତ୍ତପ୍ତ ବର୍ଷ ଅନୁଭୂତ ହୋଇଥିବା ରେକର୍ଡରେ ଉଲ୍ଲେଖ କରାଯାଇଛି।
Image Courtesy of NDTV‘ୱାର୍ଲଡ୍ ମେଟେରୋଲୋଜିକାଲ୍ ଅର୍ଗାନାଇଜେସନ୍’ କହିବା ଅନୁସାରେ, ସମଗ୍ର ବିଶ୍ବରେ ଦ୍ରୁତ ଉତ୍ତପ୍ତ ହେଉଥିବା ଅଞ୍ଚଳଗୁଡ଼ିକ ମଧ୍ୟରୁ ଆର୍କିଟିକ୍ ଅନ୍ୟତମ। ଏହି ଅଞ୍ଚଳ ହାରାହାରି ବୈଶ୍ବିକ ଉତ୍ତାପର ବେଗ ଠାରୁ ୨ଗୁଣରୁ ଅଧିକ ବେଗରେ ଉତ୍ତପ୍ତ ହେଉଛି। ସମ୍ଭାବନା ନ ଥିଲେ ବି ନିକଟ ଭବିଷ୍ୟତରେ ଆର୍କଟିକ୍ ଅଞ୍ଚଳରେ ମାତ୍ରାଧିକ ଉତପ୍ତ ଅବସ୍ଥା ସୃଷ୍ଟି ହେବାକୁ ଏଡାଇ ଦିଆଯାଇ ନ ପାରେ।
Image Courtesy of HW Newsଏହାଛଡ଼ା, ୨୦୨୦ରେ କାଲିଫର୍ଣ୍ଣିଆର ‘ମୃତ୍ୟୁ ଉପତ୍ୟକା’ ରେକର୍ଡ କରାଯାଇଥିବା ୫୪.୪ ଡିଗ୍ରି ତାପମାତ୍ରା ବିଷୟରେ ସୁନିଶ୍ଚିତ କରିବାକୁ ‘ଡବ୍ଲୁଏମ୍ଓ’ ଉଦ୍ୟମ କରୁଛି।
ତୋଫାନ, ଝାଞ୍ଜି ପ୍ରବାହ ଏବଂ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସବୁକୁ ଅନୁଧ୍ୟାନ କରି ‘ଡବ୍ଲୁଏମ୍ଓ’ ଉପରୋକ୍ତ ତଥ୍ୟ ପ୍ରଦାନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Arctic-Ocean_Weather_Thumbnail.jpg)