ନୂଆଦିଲ୍ଲୀ : ଦେଶର ଅର୍ଥନୀତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ । ସେ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ବଦଳାଇବାକୁ ହେଲେ ସାମାଜିକ ସ୍ଥିତିରେ ଉନ୍ନତି ଆଣିବାକୁ ହେବ । ଦେଶର ସାମାଜିକ ବ୍ୟବସ୍ଥାରେ ଦେଖାଦେଇଥିବା ଅବନତି ଯୋଗୁଁ ଅର୍ଥନୀତି ଦୁର୍ବଳ ହେଉଛି ବୋଲି ସେ କହିଛନ୍ତି । ସେ କହିଛନ୍ତି, କେବଳ ସରକାରୀ ନୀତି ପରିବର୍ତ୍ତନ କରିଦେଲେ ଅଭିବୃଦ୍ଧି ଆସିବ ନାହିଁ । ୪.୫ ପ୍ରତିଶତ ଅଭିବୃଦ୍ଧି ଆଦୌ ଗ୍ରହଣୀୟ ନୁହେଁ । ଦେଶର ଅଭିବୃଦ୍ଧି ପାଇଁ ଭୟର ବାତାବରଣକୁ ଦୂର କରିବାକୁ ହେବ ।

Advertisment

ସୂଚନାଯୋଗ୍ୟ ୨ୟ ତିନିମାସ ( ଜୁଲାଇ-ସେପ୍ଟେମ୍ବର)ରେ ଭାରତର ମୋଟ ଘରୋଇ ଉତ୍ପାଦ ବା ଡିଜିପି ଅଭିବୃଦ୍ଧି ୪.୫ ପ୍ରତିଶତକୁ ହ୍ରାସ ପାଇଛି । ଗତ ୨୦୧୩ ମାର୍ଚ୍ଚ ପରଠାରୁ ଏହା ହେଉଛି ସବୁଠାରୁ ଧୀମା ଜିଡିପି ଅଭିବୃଦ୍ଧି । ଆଜି କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ଵୟନ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ୨ୟ ତିନିମାସରେ ଭାରତର ଜିଡିପି ୪.୫ ପ୍ରତିଶତ ହାରରେ ବୃଦ୍ଧି ପାଇ ୩୫.୯୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।