ନୂଆଦିଲ୍ଲୀ : ତବ୍ଲିଗି ଜମାତ୍ ମୁଖ୍ୟ ମୌଲାନା ସାଦ୍ ୧୪ ଦିନର କ୍ବାରାଣ୍ଟିନ୍ ଶେଷ କରିଛନ୍ତି ଏବଂ ସେ କରୋନା ପରୀକ୍ଷା ମଧ୍ୟ କରିଛନ୍ତି ବୋଲି ତାଙ୍କ ଆଇନଜୀବୀ ଫୁଜେଲ୍ ଆୟୁବି କହିଛନ୍ତି। ସେ କହିଛନ୍ତି, ମୌଲାନା କରୋନା ଟେଷ୍ଟ୍ କରିଛନ୍ତି ଏବଂ ତାଙ୍କ ଟେଷ୍ଟ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ମୌଲାନାଙ୍କ ଆଇନଜୀବୀଙ୍କ କହିବା ଅନୁଯାୟୀ ପୁଲିସ ମୌଲାନାଙ୍କ ପୁଅ ଉପସ୍ଥିତିରେ ତାଙ୍କ ଘର ତଲାସୀ କରିଥିଲା ଏବଂ ତାଙ୍କୁ ଦିଆଯାଇଥିବା ୨ଟି ନୋଟିସ୍ର ସେ ଜବାବ ରଖିଥିଲେ। ଆଗକୁ ଯଦି ପୁଲିସ ତାଙ୍କୁ ସମନ୍ କରେ ତେବେ ସେ ହାଜର ହେବେ ଏବଂ ପୁଲିସକୁ ସହଯୋଗ କରିବେ ବୋଲି ତାଙ୍କ ଆଇନଜୀବୀ କହିଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶର କନ୍ଦଲା ଅଞ୍ଚଳ ସ୍ଥିତ ମୌଲାନା ସାଦ୍ଙ୍କ ଫାର୍ମ୍ ହାଉସ୍ରେ ଆଜି ଦିଲ୍ଲୀ ପୁଲିସ କ୍ରାଇମ ବ୍ରାଞ୍ଚ୍ ଚଢ଼ଉ କରିଛି। ତେବେ କେଉଁ କାରଣ ପାଇଁ ମୌଲାନାଙ୍କ ଫାର୍ମହାଉସ୍ରେ ପୁଲିସ ପହଞ୍ଚିଛି ତାହା ଜଣାପଡ଼ିନି। ପୂର୍ବରୁ ମୌଲାନା ଏବଂ ଅନ୍ୟମାନଙ୍କ ବିରୋଧରେ ମହାମାରୀ ନିୟନ୍ତ୍ରଣ ଆଇନ ୧୮୯୮ ଅଧୀନରେ ମାମଲା ରୁଜୁ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।
ମୌଲାନାଙ୍କ ଫାର୍ମ ହାଉସ୍ରେ ଚଢ଼ଉ, କରୋନା ପରୀକ୍ଷା କଲେ ମୌଲାନା ସାଦ୍
/sambad/media/post_attachments/wp-content/uploads/2020/04/f08b9903d7b1b77bd6a7c20c69293db1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)