କରୋନା ଚିକିତ୍ସା ପାଇଁ ନିକ୍ଲୋସାମାଇଡ୍ ଔଷଧର କ୍ଲିନିକାଲ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧୀ ଲଢେଇରେ ଭାରତକୁ ଆଉ ଏକ ଅସ୍ତ୍ର ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି । ଦେଶରେ ଏବେ ନିକ୍ଲୋସାମାଇଡ୍ ନାମକ ଔଷଧର କ୍ଲିନିକାଲ ପରୀକ୍ଷଣ ଆରମ୍ଭ ହୋଇଛି । ଏହି ପରୀକ୍ଷଣ ସଫଳ ହେଲେ ଏହି ଔଷଧକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହାର କରାଯ଼ିବ ।
ଭାରତ ସରକାରଙ୍କ ବୈଜ୍ଞାନିକ ଗବେଷଣା ସଂସ୍ଥା ବୈଜ୍ଞାନିକ ଓ ଔଦ୍ୟୋଗିକ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ଲାକ୍ସାଇ ଲାଇଫ ସାଇନ୍ସେସ ପ୍ରା ଲିଃ ସହ ମିଶି ଏହି ଔଷଧର ବିଭିନ୍ନ ପର୍ୟ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି ।
ତେବେ ଏହି ଔଷଧ ଏକ ନୂଆ ଔଷଧ ନୁହେଁ, ପୂର୍ବରୁ ଏହାକୁ ପେଟରେ ଜାତ ହେଉଥିବା କୃମିର ନିଦାନ ପାଇଁ ବ୍ୟବହାର କରାଯ଼ାଇ ସଫଳତା ମିଳିଥିଲା । ଏହାର ନିରାପତ୍ତା ମଧ୍ୟ ପୂର୍ବରୁ ପ୍ରମାଣିତ ହୋଇସାରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ତେବେ କରୋନା ରୋଗୀଙ୍କ ପାଇଁ ଏହା କେତେକ ଫଳପ୍ରଦ ଓ ନିରାପଦ ହେବ ତାହା ପରୀକ୍ଷଣ ପରେ ହିଁ ସ୍ପଷ୍ଟ ହୋଇପାରିବ ।

ସମ୍ବନ୍ଧିତ ଖବର