ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚି ଯାଇଛି। ଗତକାଲି ଡବ୍ଲ୍ୟୁଏଚ୍‌ଓ(ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ) କରୋନାଭାଇରସକୁ ମହାମାରୀ ଘୋଷଣା କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଉତ୍ତରପ୍ରଦେଶ ସରକାର ବି ବଡ଼ ନିଷ୍ପତ୍ତି ନେଇଛନ୍ତି।

Advertisment

ରାଜ୍ୟରେ ଏହି ଭାଇରସ୍‌କୁ ମହାମାରୀ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେସିକ-ସେକେଣ୍ଡାରି ଓ ଟେକ୍‌ନିକାଲ ଏଜୁକେସନ୍‌ର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉତ୍ତରପ୍ରଦେଶର ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠପଢ଼ାକୁ ବି ବନ୍ଦ କରି ଦିଆଯାଇଛି। ଯଦି କୌଣସି ସ୍କୁଲ ଓ କଲେଜରେ ପରୀକ୍ଷା ଚାଲୁଛି ତେବେ ସେହି ସ୍କୁଲ ଓ କଲେଜ ହିଁ ଖୋଲା ରହିବ। ପରୀକ୍ଷାର୍ଥ ଓ ଶିକ୍ଷକ-ଶିକ୍ଷୟିତ୍ରୀ ହିଁ କେବଳ ଆସିବାକୁ ଅନୁମତି ରହିଛି। ଏପରି କ୍ଷେତ୍ରରେ ଯଦି ପରୀକ୍ଷା ଆରମ୍ଭ ହୋଇନାହିଁ, ତେବେ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦେବାକୁ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

Image result for uttar-pradesh www.jagran.com

ରାଜ୍ୟ ସରକାରଙ୍କ ଏହି ଘୋଷଣା ପୂର୍ବରୁ ଲକ୍ଷ୍ମୌରେ ଅନେକ ପବ୍ଲିକ୍‌ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା। କରୋନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ଷ୍ମୌର ଜିଡି ଗୋୟନକା ସ୍କୁଲକୁ ବି ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ କୁହାଯିବା ସହିତ ସମସ୍ତ ପରୀକ୍ଷାକୁ ରଦ୍ଧ କରାଯାଇଛି। ଉତ୍ତରପ୍ରଦେଶରେ ଏଯାବତ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଟି ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ନୋଏଡାର ଏକ ଘରୋଇ କମ୍ପାନି କର୍ମଚାରୀଙ୍କ ନମୂନା ପଜିଟିଭ ଆସିଥିବା ଜଣାପଡ଼ିଛି। ଏହାପରେ ଏହି କମ୍ପାନିର ୭୦୭ଜଣ କର୍ମଚାରୀଙ୍କୁ ନୀରିକ୍ଷଣରେ ରଖାଯାଇଛି।

କରୋନାକୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ୭୫ଜିଲ୍ଲାରେ ଆଇସୋଲେସନ୍‌ ଓ୍ଵାର୍ଡର ବ୍ୟବସ୍ଥା କରାଯାଇଛି। ଅନେକ ଡାକ୍ତରଙ୍କୁ ଏଥିପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇସାରିଛି ବୋଲି କହିଛନ୍ତି।