ଦିଲ୍ଲୀ ମାତୃଭାଷା ସମ୍ମିଳନୀ ଉଦ୍‌ଯାପିତ : ୧୩ ଜଣଙ୍କୁ ମିଳିଲା ପ୍ରବାସୀ ଭାଷା ସମ୍ମାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ପ୍ରବାସୀ ବୁଦ୍ଧିଜୀବୀ ଫୋର୍‌ମ ‘ଦ ଇଣ୍ଟେଲେକ୍ଟସ୍‌’ ଦ୍ୱାରା ଚତୁର୍ଥ ମାତୃଭାଷା ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଶିଷ୍ଟ ଲେଖକ ଓ ଶିକ୍ଷାବିତ୍‌ ଦେବଦାସ ଛୋଟରାୟଙ୍କୁ ସମ୍ମାନଜନକ ‘ଆତ୍ମ ଗୌରବ’ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଓଡ଼ିଆ ଭାଷାର ପ୍ରଚାର ପ୍ର୍ରସାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧୨ ଜଣ ଓଡ଼ିଆଙ୍କୁ ପ୍ରବାସୀ ଭାଷା ସମ୍ମାନରେ ସମ୍ମାନିତ କରାଯାଇଛି। ଭାରତୀୟ ନିର୍ବାଚନ ଆୟୋଗର ବରିଷ୍ଟ ଉପଦେଷ୍ଠା ଡ଼ଃ ଭଗବାନ ପ୍ରକାଶଙ୍କ ପୌରହିତ୍ୟରେ ଏହି ସମ୍ମିଳନୀକୁ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ ଉଦ୍‌ଘାଟନ କରିଥିଲେ। ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ସଚ୍ଚିଦାନନ୍ଦ ମହାନ୍ତି, ଭାରତୀୟ ଭାଷାବିତ୍‌ ସଂସ୍ଥାନ ଅଧ୍ୟକ୍ଷ ଡ଼ଃ ପଞ୍ଚାନନ ମହାନ୍ତି ଓ ବୈଦେଶିକ ମନ୍ତ୍ରାଳୟର ପୂର୍ବତନ ସଚିବ ଅମରେନ୍ଦ୍ର ଖଟୁଆ ଏହି ଉତ୍ସବରେ ଯୋଗଦେଇ ମାତୃଭାଷାର ଆବଶ୍ୟକତା ଓ ଏହି କାର୍ଯ୍ୟକ୍ରମର ସୁଦୂରପ୍ରସାରି ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର