ଉତ୍ତରାଖଣ୍ଡର ଦେବପ୍ରୟାଗରେ ବାଦଲଫଟା ବର୍ଷା

ଡେରାଡୁନ :  ଉତ୍ତରାଖଣ୍ଡର ତେହରି ଜିଲ୍ଲାର ଦେବପ୍ରୟାଗ ଟାଉନରେ ଆଜି ବାଦଲଫଟା ବର୍ଷା ହୋଇଥିବା ଖବର ହସ୍ତଗତ ହୋଇଛି । ଏହା ଫଳରେ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଏସଡିଆରଏଫ ( ରାଜ୍ୟ ବିପର୍ୟ଼୍ୟୟ ମୁକାବିଲା ବାହିନୀ)ର  ରିଲିଫ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ଼୍ୟ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି ।

ଦେବପ୍ରୟାଗର ଏସଏଚଓ ଏମଏସ ରାଓ୍ବତ କହିଛନ୍ତି ଯ଼େ ଆଜି ସଂଧ୍ୟା ୫ଟା ସମୟରେ ଏହି ବାଦଲଫଟା ବର୍ଷା ହୋଇଥିଲା । ଏଥିରେ ୧୦-୧୨ଟି ଦୋକାନ ଓ କେତୋଟି ଘର କ୍ଷତିଗ୍ରସ୍ତ ହୋଇଛି । ତେବେ ଲକଡାଉନ ଥିବା ଦୋକାନଗୁଡ଼ିକରେ ଲୋକ ନଥିବାରୁ କେହି ମୃତାହତ ହୋଇନାହାନ୍ତି । ଉକ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଉଦ୍ଧାର କାର୍ଯ଼୍ୟ ଜାରି ରହିଛି ।

ଗତ ୩ ତାରିଖରେ ମଧ୍ୟ ଉତ୍ତରାଖଣ୍ଡର ଋଦ୍ରପ୍ରୟାଗ ଓ ଉତ୍ତରକାଶୀରେ ବାଦଲଫଟା ବର୍ଷା ହୋଇଥିଲା । ଏଥିରେ ମଧ୍ୟ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର