ଡେରାଡୁନ: ପୁଣି ଉତ୍ତରାଖଣ୍ଡରେ ପ୍ରଳୟ, ପୁଣି ବାଦଲଫଟା ବର୍ଷା । ବୁଧବାର ବିଳମ୍ବିତ ରାତିରେ ପୁଣି ଥରେ ବାଦଲଫଟା ବର୍ଷାରେ ବେହାଲ ହୋଇଛି ଉତ୍ତରାଖଣ୍ଡ । ପୂର୍ବରୁ ଧରାଲି, ଡେରାଡୁନରେ ବାଦଲଫଟା ବର୍ଷା ପ୍ରଳୟ ଆଣିଥିବା ବେଳେ ଏବେ ଚାମୋଲିରେ ପ୍ରକୃତି ରଚିଛି ତାଣ୍ଡବ । ରାତିରେ ଚାମୋଲିର ନନ୍ଦା ନଗରରେ ବାଦଲଫଟା ବର୍ଷା ପରେ ଭୀଷଣ ବନ୍ୟା ପରିସ୍ଥିତି ଉପୁଜିଛି । ଅଧ ରାତିରେ ପ୍ରଳୟ ମାଡ଼ି ଆସିଥିବାରୁ ପ୍ରଳୟ ପାଟିରେ ଅନେକ କିଛି ପଶିଯାଇଛି ।

Advertisment

ତେବେ ହଠାତ୍ ବନ୍ୟା ମାଡି ଆସିବା କାରଣରୁ ୬ଟି ବିଲ୍ଡିଂ ଧରାଶାୟୀ ହୋଇଛି । ଘରେ କାଦୁଅ ମିଶା ପାଣି ପଶିଯିବା ସହ ଅନେକ କ୍ଷୟକ୍ଷତି କରିଛି । ଅନେକ ଘର ପାଣଇ ଘେରରେ ରହିଛି । ଆବର୍ଜନା ତଳୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ ଜଣ ଏବେବି ନିଖୋଜ ଅଛନ୍ତି । ଏକାଧିକ ଲୋକ ଘରେ ଫସି ରହିଛନ୍ତି । ଉଦ୍ଧାର କାମ ପାଇଁ ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ଘଟଣାସ୍ଥଳରେ ୩ଟି ଆମ୍ବୁଲାନ୍ସ, ରହିଥିବା ସୂଚନା ମିଳିଛି ।

ନନ୍ଦାନଗର ତହସିଲ ଅନ୍ତର୍ଗତ କୁନ୍ତରୀ, ସରପାଣି ଏବଂ ଘୁର୍ମା ଗାଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ୩ଟି ଗାଁର ଲୋକେ ହଠାତ୍ ବନ୍ୟା ଜଳ ମାଡି ଆସିବା ପରେ ଘରେ ଫସି ରହିଛନ୍ତି । ଠିକ୍ ସମୟରେ ବାହାରି ପାରି ନଥିବାରୁ ସେମାନେ ଫସି ରହିଛନ୍ତି । 

New Project (1)

ଗତକାଲି ଉତ୍ତରାଖଣ୍ଡକୁ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଥିବା ବେଳେ ଆଜି ବି ଚାମୋଲିରେ ପ୍ରବଳ ବର୍ଷା ହେବାର ଆଲର୍ଟ ଜାରି କରାଯାଇଛି । ତେବେ ୪ ଦିନ ତଳେ ବାଦଲଫଟା ବର୍ଷାରେ ବେହାଲ ହୋଇଥିଲା ରାଜଧାନୀ ଡେରାଡୁନ । ଶହସ୍ତ୍ରଧାରା ଅଞ୍ଚଳରେ ବନ୍ୟା ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ କରିଥିଲା । ପାଖାପାଖି ୧୫ ଜଣ ଏହି ବନ୍ୟାରେ ପ୍ରାଣ ହରାଇଥିବା ବେଳେ ଏବେ ପୁଣି ଚାମୋଲିରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି ।