ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫାଟିବା ଖବର ମିଳିଛି ଏବଂ ଏହି ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏଥିସହ ବହୁ ତୀର୍ଥଯାତ୍ରୀ ନିଖୋଜ ହୋଇଥିବା ସୂଚନା ରହିଛି। ରିପୋର୍ଟ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ବାଦଲଫାଟିବା ଫଳରେ ଗୁମ୍ଫା ମନ୍ଦିର ନିକଟରେ ପ୍ରବଳ ବର୍ଷା ହେବା ସହ ଜଳ ପ୍ରବାହିତ ହୋଇଥିଲା। ଫଳରେ ସେଠାରେ ଥିବା ଯାତ୍ରୀ ଓ ଦର୍ଶନାର୍ଥୀ ଜଳସ୍ରୋତରେ ଭାସିଯିବା ଫଳରେ ଏଭଳି ଅଘଟଣ ଘଟିଛି।
#WATCH | J&K: Visuals from lower reaches of Amarnath cave where a cloud burst was reported. Rescue operation underway by NDRF, SDRF & other agencies
(Source: ITBP) pic.twitter.com/o6qsQ8S6iI
— ANI (@ANI) July 8, 2022
ବର୍ଷା ବର୍ତ୍ତମାନ ବନ୍ଦ ହୋଇଯାଇଛି ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି), ଏନ୍ଡିଆରଏଫ୍ ଓ ଏସ୍ଡିଆରଏଫ୍ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।
ସଦ୍ୟତମ ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ପହଲଗାମ, ଚନ୍ଦନୱାରୀ, ଜୋଜିଲା, ଶେଷନାଗ, ପୋଷପତ୍ରୀ, ପଞ୍ଚତାରନୀ ଏବଂ ସଙ୍ଗମ ଭଳି ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଖରାପ ପାଗ ହେତୁ ମଙ୍ଗଳବାର ଦିନ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା।
ବାର୍ଷିକ ୪୩ ଦିନିଆ ଅମରନାଥ ଯାତ୍ରା ଜୁନ୍ ୩୦ ତାରିଖରେ ଦକ୍ଷିଣ କଶ୍ମୀରର ଅନନ୍ତନାଗର ନୁନୱାନ-ପହଲଗାମ ଏବଂ କେନ୍ଦ୍ରୀୟ କଶ୍ମୀରର ଗାଣ୍ଡରବଲରୁ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଗୁମ୍ଫା ମନ୍ଦିରରେ ଦର୍ଶନ କରିଛନ୍ତି।