ଅମ୍ରିତସର: ନିୟନ୍ତ୍ରଣ ରେଖା ପାର୍ କରି ପାକିସ୍ତାନ ବୁଧବାର ଭାରତୀୟ ସେନା ଉପରେ ଆକ୍ରମଣ ଉଦ୍ୟମ କରିବା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂହ ବୁଧବାର ମଧ୍ୟରାତ୍ରରେ ଶୀର୍ଷସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଜରୁରିକାଳୀନ ବୈଠକ ଡକାଇଥିଲେ। ଏହି ବୈଠକ ଡକାଇ ସେ ସୀମା ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରିବା ପାଇଁ ଆଲୋଚନା କରିଛନ୍ତି। ବିମାନବନ୍ଦରଗୁଡ଼ିକରେ ମଧ୍ୟ ହାଇଆଲର୍ଟ ଜାରି ଘୋଷଣା ହୋଇଛି। ସିଂହ ତାଙ୍କ ଟୁଇଟ୍ରେ ଲେଖିଛନ୍ତି ଯେ ପରିସ୍ଥିତି ଆୟତ୍ତରେ ଅଛି। ଗୁଜବକୁ ବିଶ୍ୱାସ କରି ଭୟ କରିବାର କୌଣସି କାରଣ ନାହିଁ। ଏହା ବ୍ୟତୀତ କ୍ୟାପ୍ଟେନ୍ ସିଂହ ପାକିସ୍ତାନୀ କବ୍ଜାରେ ଥିବା ବାୟୁ ସେନା ପାଇଲଟ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନଙ୍କୁ ଶୀଘ୍ର ମୁକୁଳେଇ ଆଣିବା ପାଇଁ କେନ୍ଦ୍ର ସବୁ ପ୍ରକାର ଚେଷ୍ଟା କରୁ ବୋଲି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସୀମା ସ୍ଥିିିତି ସମୀକ୍ଷା କରି ସତର୍କତା ଅବଲମ୍ବନ କରିବା ସକାଶେ ଗତକାଲି ପାକିସ୍ତାନ ଆକ୍ରମଣ ଉଦ୍ୟମ ପରେ ଏକ ବୈଠକ ଡକାଇଥିଲେ। ବୈଠକରେ ତିନି ସେନା ମୁଖ୍ୟଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବାସଭବନରେ ଡକାଇଥିବା ବୈଠକରେ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଆକ୍ରମଣର ଜବାବ ଦେବା ପାଇଁ ସେନା କିଛି ବି ପଦକ୍ଷେପ ନେଇପାରେ ବୋଲି ମୋଦି ବୈଠକରେ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/cats-354.jpg)