ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି ମର୍ଲେନା ବିଜେପି ନେତା ରମେଶ ବିଧୁଡିଙ୍କ ବିବାଦୀୟ ବୟାନକୁ ନେଇ କାନ୍ଦି ପକାଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଆତିଶିଙ୍କୁ ବିଜେପି ପ୍ରାର୍ଥୀ ରମେଶ ବିଧୁଡିଙ୍କ ବିବାଦୀୟ ବୟାନ ବିଷୟରେ ପଚରାଯାଇଥିଲା। ସେ ଏହି ପ୍ରଶ୍ନର ଉତ୍ତର ଦେବାବେଳେ କାନ୍ଦିକାନ୍ଦି କହିଥିଲେ, ‘,ମୋ ବାପା ଅସୁସ୍ଥ । ସେ ବିନା ସାହାରାରେ ଚାଲି ପାରନ୍ତି ନାହିଁ। ନିର୍ବାଚନ ପାଇଁ ଲୋକେ ଏତେ ତଳକୁ ଖସି ଯାଇ ବୃଦ୍ଧ ବ୍ୟକ୍ତିଙ୍କୁ ଗାଳି କରିବା ସହିତ ଦୁର୍ବ୍ୟବହାର କରନ୍ତି ।
ଅଧିକପଢ଼ନ୍ତୁ:ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକକୁ ଭାରତର ନିନ୍ଦା
ମୁଁ କେବେ ଭାବି ନ ଥିଲି ଯେ ଏହି ଦେଶର ରାଜନୀତି ଏତେ ନିମ୍ନ ସ୍ତରକୁ ଯାଇପାରେ। ରମେଶ ବିଧୁଡ଼ି ୧୦ ବର୍ଷ ଧରି ଦକ୍ଷିଣ ଦିଲ୍ଲୀର ସାଂସଦ ଥିଲେ। ସେ ଏହି ଅଞ୍ଚଳର ଲୋକଙ୍କ ପାଇଁ କ’ଣ କରିଛନ୍ତି ତାହା କାଲକାଜୀ ଲୋକ ହିଁ କହିବେ। ତୁମର କାମକୁ ଦେଖାଇ ଭୋଟ୍ ମାଗ। ମୋର ବୃଦ୍ଧ ପିତାଙ୍କୁ ଦୁର୍ବ୍ୟବହାର କରି ଭୋଟ୍ ମାଗିବା ଅତ୍ୟନ୍ତ ଦୁଃଖଦାୟକ।
ସୋସିଆଲ ମିଡିଆରେ ରମେଶ ବିଧୁଡ଼ିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିବାର ଶୁଣିବାକୁ ମିଳୁଛି।
ବିଧୁଡ଼ି କହିଛନ୍ତି,‘ ଯେ ଆତିଶି ମର୍ଲେନାରୁ ସିଂ ହୋଇଥିଲେ। ଅରବିନ୍ଦ କେଜ୍ରିୱାଲ ପିଲାମାନଙ୍କ ମୁଣ୍ଡରେ ହାତ ରଖି ଶପଥ ନେଇଥିଲେ ଯେ ସେ କଂଗ୍ରେସ ସହ ଯିବେ ନାହିଁ ପିଲାଙ୍କୁ ସୁରକ୍ଷା ଦେବେ । ଏହି କ୍ରମରେ ଦେଖିବାକୁ ଗଲେ ଆତିଶି ତାଙ୍କ ବାପାଙ୍କୁ ହିଁ ବଦଳାଇ ଦେଇଛନ୍ତି। ଏହା ହେଉଛି ତାଙ୍କର ଚରିତ୍ର ।‘
ଅଧିକପଢ଼ନ୍ତୁ:ଛତିଶଗଡ଼ରେ ବଡ଼ ନକ୍ସଲ ଆକ୍ରମଣ, ୯ ଯବାନ ସହିଦ୍
ଏଇ ବୟାନ ପୂର୍ବରୁ କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନେଇ ବିଜେପି ନେତା ରମେଶ ବିଧୁଡିଙ୍କ ଅଭଦ୍ର ଟିପ୍ପଣୀ ଦେଇ କହିଥିଲେ, ‘ଦିଲ୍ଲୀରେ ବିଜେପି ଆସିଲେ କାଲକାଜୀ ରାସ୍ତାକୁ ସୋନିଆ ଗାନ୍ଧୀଙ୍କ ଗାଲ ସଦୃଶ କରିଦେବେ ।’
ଏହି ବୟାନ ପରେ ବିଜେପିର ପୂର୍ବତନ ସାଂସଦ ତଥା ନେତା ରମେଶ ବିଧୁଡିଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଛି।