ହାଟକୁ ଯାଇ ପତ୍ନୀଙ୍କ ପାଇଁ ଟିକିଲି, ସିନ୍ଦୂର ଓ ମେହେନ୍ଦି କିଣିଲେ ଏହି ମୁଖ୍ୟମନ୍ତ୍ରୀ

ରାୟପୁର: ହାଟକୁ ଯାଇ ପତ୍ନୀଙ୍କ ପାଇଁ ଟିକିଲି, ସିନ୍ଦୂର ଓ ମେହେନ୍ଦି କିଣିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ | ବାସ୍ତବରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବେ ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବସ୍ତର ଜିଲ୍ଲାର କିଲେପାଲରେ ପହଞ୍ଚିଥିଲେ | ଲୋକଙ୍କ ପାଖରେ ସରକାରୀ ଯୋଜନା ଠିକ ଭାବେ ପହଞ୍ଚୁଛି ନା ନାହିଁ ତାହା ଜାଣିବାକୁ ମୁଖ୍ୟମନ୍ତ୍ରୀ ହାଟକୁ ଯାଇଥିଲେ | ଆଉ ହାଟରୁ ସେ ଜଣେ ଦୋକାନୀଙ୍କଠାରୁ ତାଙ୍କ ପତ୍ନୀଙ୍କ ପାଇଁ ଟିକିଲି, ସିନ୍ଦୁର ଓ ମେହେନ୍ଦି କିଣିଥିଲେ | ତେବେ ମୁଖ୍ୟମନ୍ତ୍ରୀ ଏବେ ଏହାର ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି |


ବାସ୍ତବରେ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏକ ସଭା ପାଇଁ ଚିତ୍ରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର କିଲେପାଲରେ ପହଞ୍ଚିଥିଲେ | ସେଠାରେ ହାଟ ଚାଲୁଥିବାବେଳେ ଲୋକଙ୍କୁ ଭେଟିବାକୁ ସେ ହାଟରେ ପହଂଚିଥିଲେ | ଏହି ସମୟରେ ଦୋକାନୀ ବସନ୍ତ ରାୟ କହିଥିଲେ ଯେ, ‘କାକା ଜି …. କାକିଙ୍କ ପାଇଁ ଟିକିଲି ନିଅନ୍ତୁ’ | ଏହି ସ୍ୱର ଶୁଣି ମୁଖ୍ୟମନ୍ତ୍ରୀ ଅଟକି ଯାଇଥିଲେ | ତେବେ ଦୋକାନୀ ଜଣକ ମୁଖ୍ୟମନ୍ତ୍ରୀ ବୋଲି ଜାଣି ଟିକେ ହଡ଼ବଡେ଼ଇ ଯାଇଥିଲେ |

କିନ୍ତୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ- ଆପଣ ଯାହା ରଖିଛନ୍ତି ତାହା ଦେଖାନ୍ତୁ | ତା’ପରେ ସେ ତାଙ୍କ ପତ୍ନୀଙ୍କ ପାଇଁ ବିନ୍ଦି, ସିନ୍ଦୂର ଏବଂ ମେହେନ୍ଦି କିଣିଥିଲେ | ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣ ଯେପରି ହାଟ ବଜାରରୁ ଅନେକ ଜିନିଷ କିଣନ୍ତି, ଠିକ ସେହିଭଳି, ମୁଁ ମୋ ପତ୍ନୀଙ୍କ ପାଇଁ ଟିକିଲି ଓ ସିନ୍ଦୂର କିଣିଛି | ମୁଖ୍ୟମନ୍ତ୍ରୀ ବାଘେଲ ପକେଟରୁ ୫୦୦ ଟଙ୍କା ବାହାର କରି ଦୋକାନୀଙ୍କୁ ଦେଇଥିଲେ।

ସମ୍ବନ୍ଧିତ ଖବର