ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ‘ଜେଡି(ୟୁ)’ର ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଟୁଇଟ୍‌ କରି ଶ୍ରୀ ପଟ୍ଟନାୟକ ଲେଖିଛନ୍ତି: କ୍ରମାଗତ ଚତୁର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ନୀତୀଶ କୁମାର ଜୀ।ଆପଣଙ୍କର ଏବଂ ନୂତନ ସରକାରର ମଙ୍ଗଳ କାମନା କରୁଛି।

ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ସପ୍ତମ ଥର ଲାଗି ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ତାଙ୍କ ସହ ଶପଥ ନେଇଛନ୍ତି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଏବଂ ୧୪ଜଣ ଅନ୍ୟାନ୍ୟ ମନ୍ତ୍ରୀ।