ଖୁବ ଶୀଘ୍ର ଆମେ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବୁ: ନୀତୀଶ କୁମାର

ପାଟନା: ବିହାରରେ ମହାଗଠବନ୍ଧନ ସରକାର ଗଠନ ହେବା ଦିନଠାରୁ ପ୍ରତିଦିନ ନିଯୁକ୍ତିକୁ ନେଇ ସରକାର କିଛି ନା କିଛି ଘୋଷଣା କରୁଛନ୍ତି। ମଙ୍ଗଳବାର ଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ନୀତୀଶ କୁମାର। ସେ କହିଛନ୍ତି ଯେ, କେତେକ ପଦବୀରେ ନିଯୁକ୍ତି ଶେଷ ହୋଇଥିବା ବେଳେ ଏବେ ବି କିଛି ପଦବୀ ପାଇଁ ନିଯୁକ୍ତି ହେବା ବାକି ରହିଛି।

ମଙ୍ଗଳବାର ଦିନ ପଶୁପାଳନ ବିଭାଗର ନୂତନ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବା ପରେ ନୀତୀଶ କୁମାର ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବର୍ତ୍ତମାନ କିଛି ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଆଗକୁ ଅନ୍ୟ ଲୋକଙ୍କୁ ନିଯୁକ୍ତ କରିବାକୁ ପଡିବ। ଏହା ଖୁବ୍ ଶୀଘ୍ର ହୋଇଯିବା ଉଚିତ୍। ଆମର ଉପମୁଖ୍ୟମନ୍ତ୍ରୀ କହିସାରିଛନ୍ତି ଯେ, ସମସ୍ତ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ବହୁ ସଂଖ୍ୟାରେ ଆରମ୍ଭ ହୋଇଛି।

ସେ କହିଛନ୍ତି ଯେ, ଯେବେବି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେଉଛି, ଆମେ ବିଭିନ୍ନ ବିଭାଗରେ ନିଯୁକ୍ତି ସଂଖ୍ୟାକୁ ଅନୁମୋଦନ କରୁଛୁ। ବହୁତ ଶୀଘ୍ର ଫାଙ୍କାଥିବା ବିଭାଗରେ ଆମେ ଲୋକଙ୍କୁ ନିଯୁକ୍ତି ଦେବୁ। ଖୁବ ଶୀଘ୍ର ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ମିଳିବ।

ସମ୍ବନ୍ଧିତ ଖବର