ମଦ ପିଉଥିବା ଲୋକମାନେ ଭାରତୀୟ ନୁହଁନ୍ତି, ସେମାନେ ମହାପାପୀ: ନିତିଶ କୁମାର

ପାଟନା: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାବନାକୁ ବି ଯଦି କେହି ମାନେ ନାହିଁ ତେବେ ସେ ଭାରତୀୟ ବୋଲି ମୁଁ ସ୍ଵୀକାର କରିବି ନାହିଁ। ବୁଧବାର ଦିନ ବିଧାନ ପରିଷଦରେ ଆରଜେଡି ପାରିଷଦଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏହି କଥା କହିଛନ୍ତି।

ନିତିଶ କୁମାର କହିଛନ୍ତି, ମଦ ପିଉଥିବା ଲୋକ ଯୋଗ୍ୟ ନୁହଁ। ସେ ମହା ଅଯୋଗ୍ୟ, ମହାପାପୀ। ଯିଏ ରାଷ୍ଟ୍ରପିତା ବାପୁଙ୍କ କଥାକୁ ବି ଶୁଣି ନଥାଏ, ବୁଝି ନଥାଏ; ତେବେ ଏହାର ଅର୍ଥ କଣ? ଦୁନିଆରେ ମଦର କି କୁପ୍ରଭାବ ରହିଛି ଏଗୁଡିକୁ ପ୍ରଚାର କରି ଲୋକମାନଙ୍କୁ କୁହାଯିବା ଉଚିତ। ମଦରୁ ଅର୍ଥ ଆମଦାନି ହେଉଛି ଏଥିପାଇଁ ଅନ୍ୟ ରାଜ୍ୟମାନେ ମଦକୁ ବନ୍ଦ କରୁନାହାନ୍ତି।

ତେବେ ନିତିଶଙ୍କ ସରକାର ନୂଆ ବିଧେୟକ ପାରିତ କରି ମଦ ପିଉଥିବା ଲୋକଙ୍କ ଦଣ୍ଡ ହ୍ରାସ କରିଛନ୍ତି। ବିହାରର ମଦ ନିଷେଧ ମନ୍ତ୍ରୀ ସୁନିଲ କୁମାର କହିଛନ୍ତି, ମଦ ପିଇ ଧରା ପଡିବା ପରେ ଜରିମାନା ଆଦୟ କରି ଛାଡି ଦିଆଯିବ। ଏଥିପାଇଁ ନିର୍ଦ୍ଦିଷ୍ଟ ଜରିମାନା ଅର୍ଥ ନିର୍ଦ୍ଧାରିତ କରାଯାଉଛି।ମଦ ଉପରେ ପ୍ରତିବନ୍ଧକ ନେଇ ସମାଲୋଚନାକୁ ସାମନା କରୁଥିବା ନିତିଶ କୁମାରଙ୍କ ସରକାର ବିଧାନସଭାରେ ସଂଶୋଧନ ବିଧେୟକ ୨୦୨୨ ପାରିତ କରିଥିଲେ। ଏହି ବିଧେୟକ ଅନୁସାରେ ପ୍ରଥମ ଥର ପାଇଁ ଅପରାଧ କଲେ ଜରିମାନା ପରେ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ଠାରୁ ଜାମିନ୍ ମିଳି ପାରିବ। ଯଦି ଅପରାଧୀ ଜରିମାନା ଜମା କରିବାକୁ ସକ୍ଷମ ନୁହେଁ ତେବେ ତାକୁ ଏକ ମାସ ଜେଲ୍ ହୋଇପାରେ। ନୂଆ ନିୟମ ଅନୁସାରେ ଏଭଳି ଏକ ନିୟମ ଅଛି ଯେ ଯେତେବେଳେ କୌଣସି ଅପରାଧୀକୁ ପୁଲିସ ତରଫରୁ ମଦ ପ୍ରତିବନ୍ଧର ଉଲ୍ଲଙ୍ଘନ ପାଇଁ ଧରାଯାଏ ତେବେ ସେହି ଅଭିଯୁକ୍ତକୁ କହିବାକୁ ହେବ ସେ କେଉଁଠାରୁ ମଦ ଆଣିଥିଲା।

ସମ୍ବନ୍ଧିତ ଖବର