ଗୋଆରେ ରାତି ଅଧିଆ ଶପଥ ପାଠ ସମାରୋହ, ପ୍ରମୋଦ କୁମାର ସାଓ୍ଵନ୍ତ ନୂଆ ମୁଖ୍ୟମନ୍ତ୍ରୀ

ପାନଜୀ: ଦିବଂଗତ ମନୋହର ପାରିକରଙ୍କ ନିଧନ ପରେ ରାଜନୈତିକ କ୍ଷେତ୍ରରେ ପରିବର୍ତ୍ତନ ଦେଖା ଦେଇଛି। ଏହି କ୍ରମରେ ପ୍ରମୋଦ କୁମାର ସାଓ୍ଵନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରମୋଦଙ୍କ ଶପଥ ପାଠକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ସେ ରାଜଭବନରେ ମଧ୍ୟରାତ୍ରିରେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ମଧ୍ୟରାତ୍ରି ୧. ୫୦ ମିନିଟ୍‌ରେ ରାଜ୍ୟପାଳ ମୃଦୁଳା ସିହ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତେବେ ନୂଆ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରମୋଦ ସାଓ୍ଵନ୍ତ ପେଶାରେ ଜଣେ ଡାକ୍ତର । ସେ ବର୍ତ୍ତମାନ ସାଓ୍ଵନ୍ତ ସ୍ୟାନ୍‌ଖାଲିମ କ୍ଷେତ୍ରର ପ୍ରତିନିଧିତ୍ୱ କରିବା ସହ ବିଜେପିର ସଦସ୍ୟ ଅଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟପାଳ ମୃଦୁଳା ସିହ୍ନା ୧. ୪୬ ମିନିଟ୍‌ରେ ରାଜଭବନର ଦରବାର ହଲରେ ପହଞ୍ଚିଥିଲେ। ଜାତୀୟ ସଙ୍ଗୀତ ପରେ ଶପଥ ଗ୍ରହଣ ସମାରୋହ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ପ୍ରମୋଦ କୁମାର ସାଓ୍ଵନ୍ତ ପଦ ଓ ଗୋପନୀୟତାର ଶପଥ କୋଙ୍କଣୀ ଭାଷାରେ ନେଇଥିଲେ। ଏହି ଶପଥ ଗ୍ରହଣ ସମୟରେ ଆହୁରି ୧୧ ଜଣ ନେତା ମଧ୍ୟ ଗୋଆ କ୍ୟାବିନେଟ ମନ୍ତ୍ରୀ ପାଇଁ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ସୁଦିନ ଦାଭାଲିକର ଓ ବିଜୟ ସରଦେଶାଇ ଓ ସୁଦିନ ଧବଲିକର ରାଜ୍ୟର ନୂଆ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର