ଡେରାଡୁନ: କ୍ରିକେଟ୍ ଖେଳିଲେ ମୁଖ୍ୟମନ୍ତ୍ରୀ । ପଡିଆରେ ଖେଳାଳିଙ୍କ ସହ କ୍ରିକେଟ୍ ଖେଳିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ନିଜେ ବ୍ୟାଟ୍ ଧରି ପିଚରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି ଧାମୀ ଏବଂ ସେ ବଲକୁ ଦମଦାର ପ୍ରହାର ବି କରୁଛନ୍ତି । ଯାହା ପରେ ଉପସ୍ଥିତ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି ।
#WATCH | Uttarakhand CM Pushkar Singh Dhami plays cricket during the 'Inter Cricket Tournament' organized by Uttaranchal Press Club at Maharana Pratap Sports College, Dehradun pic.twitter.com/7d3q7ULaWx
— ANI (@ANI) April 1, 2025
ତେବେ ଡେରାଡୁନରେ ଆୟୋଜିତ ଆନ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ସହ ମହାରଣା ପ୍ରତାପ କ୍ରୀଡା ମହାବିଦ୍ୟାଳୟର ପିଲାଙ୍କ ସହ ହାତ ମେଳାଇଛନ୍ତି ଧାମୀ । ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ପୂର୍ବରୁ ନିଜ ପୁଅ ସହ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସମୟରେ ଧାମୀଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳେ । କେବେ ମହାକୁମ୍ଭରେ ନିଜ ମାଆଙ୍କୁ ଗାଧୋଇ ଦେବାର ଦେଖିବାକୁ ମିଳିଛି ତ କେବେ ହୋଲିରେ ବାଜା ବଜାଇବାର ।