ନୂଆଦିଲ୍ଲୀ: ଲୋକଙ୍କୁ ଭେଟୁଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । ଯେଉଁ ମୂଲ୍ୟବାନ ଭୋଟ ଖଣ୍ଡେ ଦେଇ ଜନତା ତାଙ୍କୁ ନେତାରୁ ମୁଖ୍ୟମନ୍ତ୍ରୀ କରିଛନ୍ତି ସେମାନଙ୍କ ପାଖେ ଋଣି ଥିବା ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରାୟ ସମୟରେ ଲୋକଙ୍କୁ ଭେଟୁଛନ୍ତି, କଥା ହେଉଛନ୍ତି, ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି । ଗଣତନ୍ତ୍ରରେ ଲୋକ ହିଁ ସବୁକିଛି ଆଉ ଏ ଲୋକ ହିଁ ତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ କରେଇଛନ୍ତି ତେଣୁ ଲୋକଙ୍କ ସେବା କରିବାକୁ ପଣ କରିଥିବା ରେଖା ଟିକେ ଫୁରସତ ପାଇଲେ ଜନତାଙ୍କ ସହ ଆଲୋଚନା କରୁଛନ୍ତି ।
#WATCH | Delhi CM Rekha Gupta meets and interacts with people at her residence as they gather here to congratulate her on becoming the Chief Minister. pic.twitter.com/VbACKNHfb7
— ANI (@ANI) March 5, 2025
ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବାରୁ ସେବାର ସୁଯୋଗ ଟିକେ ବି ହାତ ଛଡା କରୁନି । କାରଣ ଲୋକଙ୍କ କଥା ବୁଝିବାରେ ଟିକେ ଯଦି ଏପଟ ସେପଟ ହେବ ପୁଣି ସରକାରକୁ ଓଲଟାଇ ଦେବାର କ୍ଷମତା ରଖିଛନ୍ତି ଜନତା । ପୂର୍ବରୁ ମଧ୍ୟ ନିଜ ଘର ବାହାରେ ଛିଡା ହୋଇଥିବା ଲୋକଙ୍କୁ ନିଜ ବାସଭବନକୁ ଡାକି ସମସ୍ୟା ପଚାରି ବୁଝିଥିଲେ ରେଖା । ଆଉ ଲୋକ ବି ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ନିଜ ସମସ୍ୟା କହିବାକୁ ଆଦୌ ହାତଛଡା କରୁ ନାହାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/05/lChqmXyN2Vs8SDdLnOvt.jpg)