ନୂଆଦିଲ୍ଲୀ: ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବ । ଆଗାମୀ ଦିନରେ ଧୂମଧାମରେ ପାଳନ ହେବ ଓଡ଼ିଶା ପର୍ବ । ରାଜଧାନୀର ଛାତି ଉପରେ ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ । ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।
#WATCH | Delhi Chief Minister Rekha Gupta says, "Today, on my behalf and on behalf of the entire Delhi government, I would like to extend my heartfelt greetings of Utkal Diwas to all our Odia brothers and sisters living in Delhi and to all the families who have come to Delhi from… https://t.co/KXB5WzCuZY pic.twitter.com/ICXPayXS3I
— ANI (@ANI) April 1, 2025
ତେବେ ଉତ୍କଳ ଦିବସ ଅବସରରେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂର୍ଜାର୍ଚ୍ଚନା କରି ଉତ୍କଳ ଦିବସ ଅବସରରେ ସମସ୍ତ ଓଡିଆ ଏବଂ ଦିଲ୍ଲୀରେ ବସବାସ କରୁଥିବା ଓଡିଆ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କର ବିକାଶ ଏବଂ ସମୃଦ୍ଧି କାମନା କରିଛନ୍ତି ରେଖା ଗୁପ୍ତା ।
#WATCH | Delhi Chief Minister Rekha Gupta offers prayers at Shree Jagannath Temple, in Delhi pic.twitter.com/3LVL7Vjo27
— ANI (@ANI) April 1, 2025
ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ରହୁଥିବା ଓଡିଆଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରେଖା । ଜଗନ୍ନାଥ ମନ୍ଦିରରୁ ଘୋଷଣା କରି କହିଛନ୍ତି କି ଆଗାମୀ ଦିନରେ ଦିଲ୍ଲୀରେ ରେଖା ସରକାରଙ୍କ ତରଫରୁ ଓଡିଶା ପର୍ବ ଧୂମଧାମରେ ପାଳ ହେବ । ଏବଂ ଏହି ଘୋଷଣା ପରେ ସେହି ସମୟରେ ଜୟ ଜଗନ୍ନାଥ ନାରାରେ କମ୍ପିଥିଲା ପରିବେଶ । ତେବେ ଗତ କିଛି ଦିନ ତଳେ ଓଡିଶା ଆସି ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।