ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଅନ୍ୟମନ୍ତ୍ରୀମାନେ କେଉଁଠି ରହିବେ ସେ ନେଇ ଖୁବଶୀଘ୍ର ସ୍ପଷ୍ଟ ହୋଇଯିବେ, କାରଣ ପିଡବ୍ଲ୍ୟୁଡି ବିଭାଗ ଅଧିକାରୀଙ୍କ ବାସଭବନ ଚୂଡ଼ାନ୍ତ କାର୍ଯ୍ୟ ଶେଷ ହେବାକୁ ଯାଉଛି ।
ଦିଲ୍ଲୀ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୩ରୁ ୪ଟି ବଙ୍ଗଳା ଚୟନ କରାଯାଇଛି। ଏହି ତିନିରୁ ଚାରିଟି ବଙ୍ଗଳା ମଧ୍ୟରୁ ଗୋଟିଏ ହେବ ଯେଉଁଠାରେ ନୂତନ ସିଏମ ରେଖା ଗୁପ୍ତା ରହିବେ । ତେବେ କୌଣସି ବଙ୍ଗଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ଚୂଡ଼ାନ୍ତ ହୋଇଥିବା ଏସବୁ ବଙ୍ଗଳା ମଧ୍ୟରେ କେଜ୍ରିଓ୍ବାଲଙ୍କ କୁଖ୍ୟାତ ଶୀଶ ମହଲ ନାହିଁ । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୀଶ ମହଲରେ ରହିବେ ନାହିଁ ।
ଦିଲ୍ଲୀ ପୂର୍ତ୍ତ ବିଭାଗ ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ୩ରୁ ୪ଟି ବଙ୍ଗଳା ଚୟନ କରାଯାଇଛି। ଏହି ତିନିରୁ ଚାରିଟି ବଙ୍ଗଳା ମଧ୍ୟରୁ ଗୋଟିଏରେ ନୂତନ ସିଏମ ରେଖା ଗୁପ୍ତା ରହିବେ । ତେବେ କୌଣସି ବଙ୍ଗଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସହମତି ହୋଇନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ଚୂଡ଼ାନ୍ତ ହୋଇଥିବା ଏସବୁ ବଙ୍ଗଳା ମଧ୍ୟରେ କେଜ୍ରିଓ୍ବାଲଙ୍କ କୁଖ୍ୟାତ ଶୀଶ ମହଲ ନାହିଁ । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୀଶ ମହଲରେ ରହିବେ ନାହିଁ ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପରେ ରେଖା ଗୁପ୍ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆତିଶୀଙ୍କୁ ମଧ୍ୟ ସମାନ ସୁରକ୍ଷା ଦିଆଯାଇଥିଲା। ପିଡବ୍ଲ୍ୟୁଡି ଅଧିକାରୀଙ୍କ କହିବା ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଖୁବଶୀଘ୍ର ସରକାରୀ ଆବାସ ଆବଣ୍ଟନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/27/tpsIaLznmnGfrF0VltQK.jpeg)