ଦେଶର ହିତ ପାଇଁ ଦଳ ଦରି ବିଛାଇବା କାମ ଦେଲେ ବି କରିବି; ସଂସଦୀୟ ବୋର୍ଡରୁ ବାଦ୍ ପଡ଼ିବା ପରେ କହିଲେ ଶିବରାଜ

ନୂଆଦିଲ୍ଲୀ : ବିଜେପିର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା କୁହାଯାଉଥିବା ସଂସଦୀୟ ବୋର୍ଡର ବୁଧବାର ଦିନ ପୁନର୍ଗଠନ କରାଯାଇିଲା। ଏଥିରେ ୬ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେ‌ଳେ ବୋର୍ଡରୁ ଆଶ୍ଚର୍ଯ୍ୟଜନକ ଭାବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଦୀର୍ଘ ୨୦ ବର୍ଷ ଧରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହ୍ବାନଙ୍କୁ ବୋର୍ଡରେ ସ୍ଥାନ ମିଳିନାହିଁ। ଏନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ପ୍ରଥମ କରି ମୁହଁ ଖୋଲିଛନ୍ତି ଶିବରାଜ।

ସଂସଦୀୟ ବୋର୍ଡରୁ ବାଦ ପଡିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ମୁଁ ସଂସଦୀୟ ବୋର୍ଡରେ ରହିବାକୁ ଯୋଗ୍ୟ କି ନୁହେଁ, ତାହା ମୋ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ଦଳ ମୋତେ ଦରି ବିଛାଇବାର କାମ କରିବାକୁ କହିବ, ତେବେ ମୁଁ ଦେଶର ସ୍ୱାର୍ଥ ପାଇଁ ଏହା କରିବି। ଯେଉଁଠାରେ ଦଳ ମୋତେ ରହିବାକୁ କହିବ, ମୁଁ ସେଠାରେ ରହିବି। ରାଜନୀତିରେ କେହି ବି ଉଚ୍ଚାଭିଳାଷୀ ହେବା ଉଚିତ୍ ନୁହେଁ। ସମସ୍ତଙ୍କୁ କେବଳ ନିଜ ଦେଶ ବିଷୟରେ ଚିନ୍ତା କରିବା ଉଚିତ୍। ମୁଁ ଦେଶର ହିତ ପାଇଁ ମୋର କାର୍ଯ୍ୟ ଜାରି ରଖିବି।

ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବିଜେପି ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟିରୁ ବାହାର କରାଯିବା ପରେ ରାଜନୀତି ସରଗରମ ହୋଇଛି। ୨୦୧୩ପରଠାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଜେପିର ସଂସଦୀୟ ବୋର୍ଡର ସଦସ୍ୟ ଥିଲେ। କିନ୍ତୁ ବର୍ତ୍ତମାନ ବରିଷ୍ଠ ବିଜେପି ନେତା ସତ୍ୟନାରାୟଣ ଜାଟିଆଙ୍କୁ ତାଙ୍କ ସ୍ଥାନରେ ସଦସ୍ୟ କରାଯାଇଛି।

ସମ୍ବନ୍ଧିତ ଖବର