ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ଜଣାପଡ଼ିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏକ ଟ୍ଵିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିବା ଜାଣି ମୁଁ ଚିନ୍ତିତ । ତାଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘ ଜୀବନ କାମନା କରୁଛି ।

 

ସେହିପରି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଟ୍ଵିଟ କରି ସେ ଲେଖିଛନ୍ତି ଯେ ପ୍ରଭୁ ଜଗନ୍ନାଥ ଆପଣ(ଅମିତ ଶାହା)ଙ୍କୁ ଆରୋଗ୍ୟ କରନ୍ତୁ । ଆପଣଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମ ନା କରିଛନ୍ତି । ସାରା ଦେଶର ପ୍ରାର୍ଥନା ତାଙ୍କ ପଛରେ ରହିଛି ବୋଲି ସେ ଟ୍ଵିଟ କରି ଲେଖିଛନ୍ତି ।
ଅମିତ ଶାହା କରୋନା ସଂକ୍ରମିତ ହୋଇଥିବା ଆଜି ନିଜେ ଟ୍ଵିଟ କରି ସୂଚନା ଦେଇଥିଲେ । ଟ୍ଵିଟରରେ ସେ ଲେଖିଛନ୍ତି ଯେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ ଟେଷ୍ଟ କରିଥିଲେ । ଟେଷ୍ଟରୁ ସେ କରୋନା ପଜିଟିଭ ଥିବା ଜଣାପଡ଼ିଛି । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ସମ୍ବନ୍ଧିତ ଖବର