ରାମ ମନ୍ଦିର ଗର୍ଭଗୃହର ଶିଳାନ୍ୟାସ କରି ପ୍ରଥମ ଖୋଦିତ ପଥର ସ୍ଥାପନ କଲେ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା: ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ଗର୍ଭଗୃହର ଶିଳାନ୍ୟାସ କରିବା ସହ ଖୋଦେଇ ହୋଇଥିବା ପ୍ରଥମ ପଥର ଖଣ୍ଡଗୁଡ଼ି ଉପରେ ସିମେଣ୍ଟ୍‌-ମସଲା ଢାଳିଛନ୍ତି।

ଗର୍ଭ ଗୃହ ନିର୍ମାଣ ନିମନ୍ତେ ଆୟୋଜିତ ‘ଶିଳା ପୂଜନ’ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ୯୦ଟି ମଠ ଓ ମନ୍ଦିରର ମହନ୍ତମାନେ ଯୋଗ ଦେଇଥିଲେ।

ଗର୍ଭଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ‘ରାମର୍ଚା’, ‘ଦୁର୍ଗା ସପ୍ତଶତୀ’, ‘ରୁଦ୍ରାଭିଷେକ’ ‘ରାମ ରକ୍ଷା ସ୍ତୋତ୍ର’ ‘ବିଷ୍ଣୁ ଶହସ୍ରନାମ’, ‘ହନୁମାନ ଚାଳିଶା’, ‘ସୁନ୍ଦରକାଣ୍ଡ’ ପାଠ ଚାଲିଥିଲା।

Image Courtesy of ANI

ଡିସେମ୍ବର ୨୦୨୩ ସୁଦ୍ଧା ଗର୍ଭଗୃହ ନିର୍ମାଣ ଶେଷ ହେବ ବୋଲି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌’ କହିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପ୍ରାୟ ୨ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିର ନିର୍ମାଣ କାମ ସଫଳତାର ସହିତ ଆଗେଇ ଚାଲିଛି। ଆଜି ଗର୍ଭଗୃହରେ ଶିଳା ସ୍ଥାପନ ଅନୁଷ୍ଠାନ ହେବା ଆମ ପାଇଁ ସୌଭାଗ୍ୟର ବିଷୟ।

Image Courtesy of India TV News

ରାମ ମନ୍ଦିର ଭାରତର ଜାତୀୟ ମନ୍ଦିର ହେବ। ଦୀର୍ଘ ଦିନରୁ ଜନସାଧାରଣ ଆଜି ଦିନର ପ୍ରତୀକ୍ଷାରେ ଥିଲେ। ରାମ ମନ୍ଦିର ଭାରତ ଏକତା ସଙ୍କେତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେଠାରେ ଦ୍ରାବିଡୀୟ ଶୈଳୀରେ ନିର୍ମିତ ମନ୍ଦିର ‘ଶ୍ରୀରାମଲାଲା ସଦନ’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍‌ଘାଟନ କରିବେ।

ସମ୍ବନ୍ଧିତ ଖବର