ନୂଆଦିଲ୍ଲୀ: କେବଳ ନିର୍ବାଚନରେ ​​ନୁହେଁ ସୋସିଆଲ ମିଡିଆରେ ଲୋକପ୍ରିୟତା ଦୃଷ୍ଟିରୁ ବିଜେପି ନେତାମାନେ କଂଗ୍ରେସକୁ ପଛରେ ପକାଉଥିବା ଦେଖିବାକୁ ମିଳିଛି। ଏହି ଧାରାରେ ଏବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଛନ୍ତି। ଟ୍ୱିଟରରେ ଫଲୋୱର୍ସ ଦୃଷ୍ଟିରେ ଦେଖିବାକୁ ଗଲେ ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଟ୍ୱିଟରରେ ରାହୁଲ ଗାନ୍ଧୀଙ୍କ ୨୧.୪ ମିଲିୟନ ଫଲୋୱର୍ସ ଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ୨୧.୫ ମିଲିୟନ ଫଲୋୱର୍ସ ଅଛନ୍ତି। ସମୟ ଗଡିବା ସହିତ ରାଜନୀତିରେ ସୋସିଆଲ ମିଡିଆର ଭୂମିକା ଦ୍ରୁତ ଗତିରେ ବଦଳିଛି।
ଜଣେ ନେତା କେତେ ଲୋକପ୍ରିୟ, ସୋସିଆଲ ମିଡିଆରେ ସେ କେତେ ସକ୍ରିୟ ଅଛନ୍ତି କିମ୍ବା ସୋସିଆଲ ମିଡିଆରେ ତାଙ୍କ କେତେ ଫଲୋୱର୍ସ ଅଛନ୍ତି, ତାହା ଦେଖିଲେ ଜଣାପଡ଼େ। କେବଳ ଏତିକି ନୁହେଁ, ନିର୍ବାଚନରେ ​​ଟିକେଟ୍ ଦେବାବେଳେ ମଧ୍ୟ ଦେଖାଯାଏ ଯେ ସୋସିଆଲ ମିଡିଆରେ ସେହି ନେତା କେତେ ସକ୍ରିୟ ଅଛନ୍ତି କିମ୍ବା ସୋସିଆଲ ମିଡିଆରେ ତାଙ୍କ ସହ କେତେ ସ୍ଥାନୀୟ ଲୋକ ଯୋଡ଼ି ହୋଇ ରହିଛନ୍ତି।
ରାହୁଲ ଗାନ୍ଧୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ କହିବାକୁ ଗଲେ ଉଭୟ ନେତା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ରାହୁଲ ଗାନ୍ଧୀ ସମୟ ସମୟରେ ଟ୍ୱିଟ୍ ମାଧ୍ୟମରେ ବିଜେପି ସରକାର ଉପରେ କଟାକ୍ଷ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଟ୍ୱିଟରରେ ସକ୍ରିୟ ରହି ବିଭିନ୍ନ ଘୋଷଣା ସମ୍ପର୍କରେ ସୂଚନା ଦେଇଥାନ୍ତି। କେବଳ ଟ୍ୱିଟର ନୁହେଁ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀଙ୍କୁ ଗୁଗୁଲ ଟ୍ରେଣ୍ଡରେ ମଧ୍ୟ ପଛରେ ପକାଇଛନ୍ତି। ଗୁଗୁଲ୍ ଟ୍ରେଣ୍ଡର ତଥ୍ୟ ଦର୍ଶାଉଛି ଯେ, ରାହୁଲଙ୍କ ଅପେକ୍ଷା ଲାକେ ଅଧିକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ଜାଣିବା ପାଇଁ ସର୍ଚ୍ଚ କରିଛନ୍ତି। ଗତ ଡିସେମ୍ବର ୨୦୨୧ରୁ ଏପ୍ରିଲ ୨୦୨୨ପର୍ଯ୍ୟନ୍ତ ଲୋକେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ଜାଣିବା ପାଇଁ ଅଧିକ ସର୍ଚ୍ଚ କରିଥିବା ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/WhatsApp-Image-2022-09-03-at-21.40.40.jpeg)