୫ବର୍ଷ ପରେ ମା’ଙ୍କୁ ଭେଟିଲେ ଯୋଗୀ, ପାଦ ଛୁଉଁ ଛୁଉଁ ମିଳିଲା ଏଭଳି ଉପଦେଶ

ହରିଦ୍ବାର: ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ପ୍ରଥମେ ତାଙ୍କ ଗାଁରେ ପହଞ୍ଚି ତାଙ୍କ ମା’ଙ୍କୁ ଭେଟିଥିଲେ। ପାଞ୍ଚ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମା’ଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ ତାଙ୍କୁ କ’ଣ କହିଥିଲେ? ତାହା ସାମ୍ନାକୁ ଆସିଛି।

୫ବର୍ଷ ପରେ ଭାଇ ଘରକୁ ଯାଇଥିବା ଖୁସିକୁ ଜାହିର କରି ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଶଶି କହିଛନ୍ତି ଯେ, ଆମେ ବହୁତ ଖୁସି ଯେ, ସେ ୫ବର୍ଷ ପରେ ପ୍ରଥମ ଥର ପାଇଁ ଘରକୁ ଆସିଥିଲେ । ୨୦୧୭ରେ ସେ ଶେଷ ଥର ପାଇଁ ଘରକୁ ଆସିଥିଲେ। ତାଙ୍କୁ ଦେଖି ମା’, ପରିବାର ଲୋକେ ଓ ଗାଁ ଲୋକେ ବହୁତ ଖୁସି ଅଛନ୍ତି। ମା’ଙ୍କ ପାଦ ଛୁଇଁବା ପରେ ମା’ ଖୁସି ହେବା ସହ ଭାଇଙ୍କୁ କହିଥିଲେ ଯେ, ସର୍ବପ୍ରଥମେ ଗୋସେବା କର, ବାକି ଜନସାଧାରଣଙ୍କ ଏତେ ସେବା କର ଯେ ଜନସାଧାରଣ ଯେମିତି ତୁମକୁ ସବୁବେଳେ ମନେ ରଖିବେ।

Yogi Adityanath meets mother at ancestral village, touches feet for  blessings | See pic - India News
indiatoday

ତେବେ ଘରକୁ ଏତେ ଦିନ ପରେ ଆସିଥିବାରୁ ଯୋଗୀଜୀଙ୍କୁ କ’ଣ ଖାଇବାକୁ ଦିଆଗଲା, ସେ ନେଇ ପ୍ରଶ୍ନ କରାଯିବା ପରେ ଶଶି କହିଥିଲେ ଯେ, ପରିବାରର ସମସ୍ତେ ଯାହା ଖାଇଲେ ଭାଇ ମଧ୍ୟ ସେହି ଖାଦ୍ୟ ଖାଇଲେ।

ଉଲ୍ଲେଖଯୋଗ୍ୟ, ଯୋଗୀ ୨୦୧୭ରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶେଷ ଥର ପାଇଁ ତାଙ୍କ ଘରକୁ ଯାଇଥିଲେ। ଯୋଗୀ ୧୧ ଫେବୃଆରୀ ୨୦୧୭ରେ ତାଙ୍କ ଘରେ ରାତି କଟାଇଥିଲେ। ଅବଶ୍ୟ ସେତେବେଳେ ସେ କେବଳ ଗୋରଖପୁରର ସାଂସଦ ଥିଲେ। କିଛି ମାସ ପରେ, ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ | ରାଜ୍ୟର ଦାୟିତ୍ୱ ମୁଣ୍ଡ ଉପରକୁ ନେଇ ଯୋଗୀ ଆଉ ନିଜ ଗାଁକୁ ଆସିପାରିନଥିଲେ | ଏହି ସମୟରେ ତାଙ୍କ ପିତା ଆନନ୍ଦ ସିଂ ଙ୍କର ୨୦୨୦ ମସିହାରେ ଦେହାନ୍ତ ହୋଇଥିଲେ ବି ଯୋଗୀ ଆସିପାରିନଥିଲେ |

ସମ୍ବନ୍ଧିତ ଖବର