ଲକ୍ଷ୍ନୌ: ପିଲାଙ୍କ ସହ ସେଲ୍ଫି ନେଲେ ମୁଖ୍ୟମନ୍ତ୍ରୀ । ସ୍କୁଲର ଶ୍ରେଣୀ ଗୃହରେ ପିଲାଙ୍କ ସହ ନିଜେ ସେଲ୍ଫି ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କୁ ଅନେକ ସମୟରେ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳେ । କେବେ ସେ ଗାଈଙ୍କୁ ଖାଦ୍ୟ ଦେଉଥାନ୍ତି ତ କେବେ ବତକମାନଙ୍କୁ ପୁଣି କେବେ ମୟୂରକୁ ଖାଦ୍ୟ ଦେଉଥିବାର ଦେଖିବାକୁ ମିଳେ । ଆଉ ଯୋଗୀ ସେସବୁ ଫଟୋକୁ ନିଜ ସୋସିଆଲ ମିଡିଆରେ କିଛି ବାର୍ତ୍ତା ସହ ପୋଷ୍ଟ କରିଥାନ୍ତି । ହେଲେ ସ୍କୁଲ ପିଲାଙ୍କ ସହ ସେଲ୍ଫି ନେବା ଏବେ ଚର୍ଚ୍ଚାରେ ରହିଥିବା ବେଳେ ଉକ୍ତ ଫଟୋ ଭାଇରାଲ ହେଉଛି । ଆଉ ପିଲାଏ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ପାଇ ବେସ୍ ଖୁସି ମଧ୍ୟ ଅଛନ୍ତି ।
जनपद बरेली के नवाबगंज में ₹73.25 करोड़ की लागत से निर्मित अटल आवासीय विद्यालय के उद्घाटन हेतु आयोजित कार्यक्रम में आज सम्मिलित हुआ। इस अवसर पर प्राथमिक एवं उच्च प्राथमिक विद्यालयों के छात्र-छत्राओं को स्कूल बैग का वितरण भी हुआ।
— Yogi Adityanath (@myogiadityanath) April 1, 2025
पूर्ण विश्वास है कि राष्ट्र निर्माण के वर्तमान… pic.twitter.com/x19OMIFPa1
ତେବେ ବରେଲି ଜିଲ୍ଲାର ନବାବଗଞ୍ଜରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ ଅବସରରେ ପିଲାଙ୍କ ସୁନେଲୀ ଭବିଷ୍ୟତ କାମନା କରି ସେମାନଙ୍କ ସହ ଫଟୋ ଉଠାଇଥିଲେ ଯୋଗୀ । ଆଉ ଅଟଳ ଆବାସିକ ବିଦ୍ୟାଳୟ ରାଷ୍ଟ୍ର ନିର୍ମାଣର ବର୍ତ୍ତମାନର ଅଭିଯାନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି କହିଥିଲେ ।