କବୀରଙ୍କ ସମାଧିସ୍ଥଳରେ ଟୋପି ପିନ୍ଧିିବାକୁ ମନାକଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ

ଲକ୍ଷ୍ମୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଆଜି ଉତ୍ତରପ୍ରଦେଶାର ମଗହର ଯାଇ ସନ୍ଥ କବୀରଙ୍କ ସମାଧିସ୍ଥଳରେ ଚାଦର ଚଢ଼ାଇବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ଏକ ଦିନ ପୂର୍ବରୁ ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ମଗହର ଯାଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ମଗହରସ୍ଥିର କବୀରଙ୍କ ସମାଧିସ୍ଥଳକୁ ଯାଇଥିିବା ବେଳେ ସେଠାରେ ଉପସ୍ଥିତ ସାମାଧିସ୍ଥଳର ସଂରକ୍ଷକ ତାଙ୍କୁ କବୀରଙ୍କ ଟୋପି ପିନ୍ଧାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଅତି ବିନୟର ସହିତ ସେ ଟୋପି ପିନ୍ଧିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ମନା କରି ଦେଇଥିଲେ। ସୂଚନାଯୋଗ୍ୟ ଯେ ଅତୀତରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହିପରି ଭାବେ ଏକ ମୁସଲମାନ ସଙ୍ଗଠନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଟୋପି ପିନ୍ଧିବାକୁ ମନା କରି ଦେଇଥିଲେ।
ସନ୍ଥ କବୀରଙ୍କ ୫ଶହ ବର୍ଷ ପୂଣ୍ୟତିଥି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଗହର ଯାଇ ସନ୍ଥ କବୀରଙ୍କ ମଜାର ଉପରେ ଚାଦର ଚଢ଼ାଇବେ।। ଏହାର ଏକ ଦିନ ପୂର୍ବରୁରୁ ଅର୍ଥାତ ବୁଧ ବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ମଗହର ଯାଇ ସେଠାରେ ସରକାର ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କସହିତ ଆଲୋଚନା କରିଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁଠାରେ ସାଧାରଣ ସଭା କରିବେ ସେଠାରେ ମଙ୍ଗଳବାର ପ୍ରବଳ ବର୍ଷାରେ ପାଣି ଭର୍ତ୍ତି ହୋଇ ଯାଇଥିଲା। ତେଣୁ ସେଠାରୁ ଜଳନିଷ୍କାସନ ବ୍ୟବସ୍ଥା କରାଯଇବା ସହିତ କବୀରଙ୍କ ସମାଧୀସ୍ଥଳକୁ ଯାଇଥିଲେ। ସମାଧୀସ୍ଥଳରେ ତାଙ୍କୁ କବୀରଙ୍କ ଟୋପି ପନ୍ଧିିବାକୁ ସମାଧୀସ୍ଥଳର ସଂରକ୍ଷକ ଏକ ଟୋପି ବଢ଼ାଇ ଦେଇଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଏହା ନ ପିନ୍ଧି ସେଠାରୁ ଚାଲି ଆସିଥିଲେ।

ସମ୍ବନ୍ଧିତ ଖବର